ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ୩୨ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସଡକ ସୁରକ୍ଷା ଉପରେ ସଚେତନତା ପାଇଁ ପଥପ୍ରାନ୍ତ ନାଟକ , ସ୍କେଟିଙ୍ଗ ପ୍ରଦର୍ଶନ , ସଚେତନତା ରଙ୍ଗୋଲି ଓ ସଡକ ସୁରକ୍ଷାସ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ଲାସ୍କ୍ୱାର୍ଡ ସବୁ ଧରି ସାଇକଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମହେଶ କୁମାର ଚୌଧୁରୀ ଏବଂ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତାରାମ ଶତପଥୀ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଭାରପ୍ରାପ୍ତ ଆରଟିଓ: ତଥା ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ସଡକ ଓ ଟ୍ରାଫିକ ନିୟମ ମାନିବା ସମେତ ମଦ୍ୟପାନ କରି କି ଦ୍ରୁତ ଗତିରେ ବାଇକ ଓ ଗାଡି ନ ଚଳାଇବା , ବାଇକରେ ଗଲାବେଳେ ହେଲମେଟ ପିନ୍ଧିବା ଓ ଗାଡି ଚଳାଇବା ବେଳେ ସିଟ-ବେଲ୍ଟ ବାନ୍ଧିବା ପ୍ରଭୃତି ଉପରେ କହି ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ତହସିଲଦାର ଅଚ୍ୟୁତାନନ୍ଦ ଯାନୀ , ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ , ଏମଭିଆଇ: ଶ୍ରୀ ବସନ୍ତ କୁମାର ମହାପାତ୍ର , ସହକାରୀ ଜିଲ୍ଲାପାଲ ଶ୍ରୀ ଯୁବଲି ଚରଣ ବେହେରା ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ଶିକ୍ଷାଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।