ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ କୋବିଡ଼ କଟକଣାକୁ ପାଳନ କରାଯାଇ 72ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ପାଇକମାଲ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିରାଡ଼ମ୍ବର ଭାବରେ ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଅତି ଅଲ୍ପ ସଂଖ୍ୟକ ଦର୍ଶକ ଙ୍କୁ ସଂଵୋଧନ କରି ବିଧାୟକ ଶ୍ରୀ ବରିହା ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା କୋରୋନା ମହାମାରୀ ମାନବ ସମାଜ ଓ ଜୀବଜଗତକୁ କିଭଳି ପ୍ରଭାବ ପକାଇଛି ପରିବେଶ ଉପରେ କେମିତି ପ୍ରଭାବ ପକାଇଛି ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିବା ସାହିତ ପାଇକମାଲ ହାଇ ସ୍କୁଲ ଓ ବିନ୍ଧ୍ୟ ବାସିନୀ ମହାବିଦ୍ୟାଳୟ କୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ଘୋଷଣା କରିଥିଲେ । ଏହା ସହିତ ବିଧାୟକ ନିଜେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ପଦ୍ମପୁର ରାଜାପଡା ପ୍ରାଥମିକ ବିଦ୍ୟାଳୟ ଓ ପଦ୍ମପୁର ଅଂଚଳ କଲେଜର ସମସ୍ତ ଦାଇତ୍ୱ ବହନ କରିବେ ବୋଲି କହିଥିଲେ । ଏହା ସହିତ ପାଇକମାଲ ଠାରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ ।
ପଦ୍ମପୁର ଉପଖଣ୍ଡ ସ୍ତରୀୟ ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଝାରବନ୍ଧ ଠାରେ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା , ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର କେ,ତନୟା ରାଉତରାୟ , ପାଇକମାଲ ତହସିଲ ଅଫିସ ରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଜଗଦଲପୁର ଥାନାରେ ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳା , ଝାରବନ୍ଧ ଥାନାରେ ଥାନା ଅଧିକାରୀ ଶ୍ରୀ ଠାକୁର ଦାସ ମୁର୍ମୁ , ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ନୃସିଂହନାଥ ବୃଦ୍ଧାଶ୍ରମ ରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।