ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ସୁସଜ୍ଜିତ ରଥରେ ଶ୍ରୀରାମଙ୍କୁ ସ୍ଥାପନ କରି ସଂକୀର୍ତ୍ତନ ସହ ନଗର ପରିକ୍ରମା କରାଯାଇଛି । ଆସନ୍ତା ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ ପଞ୍ଚାୟତ ର ପ୍ରତେକ ଗାଁ ପରିକ୍ରମା କରି ନିଧି ସଂଗ୍ରହ କରିବା କାର୍ଯ୍ୟକ୍ରମ ରହିଛି । ବଡଖମାର ବରାହ ପଦର ମଠ ର ମହନ୍ତ ଖେଳାକୃଷ୍ଣ ଦାସ ଙ୍କ ନେତୃତ୍ଵରେ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ରେ ବ୍ଲକ ସଭାପତି ଭଗବାନ ମିଶ୍ର, କାର୍ଯ୍ୟବାହକ ସତ୍ୟ ମିଶ୍ର, ବେଣୁଧର ଦାସ, ରବି ପଣ୍ଡା, ଗୌର ଜଗଦଲା ପ୍ରମୁଖଙ୍କ ସହ ବଜରଙ୍ଗ ଦଳର ସଭ୍ୟମାନେ ସହଯୋଗ କରିଥିଲେ ।
ରାଜ୍ୟ
ରାମ ମନ୍ଦିର ନିର୍ମାଣ ପାଇଁ ବୀରମହାରାଜପୁରରୁ ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ ।
- Hits: 342