ହେଡଲାଇନସ୍:

ବେଳ ଥାଉ ବନ୍ଧ ବାନ୍ଧରେ କୁମର.....ଟିକେ ଯତ୍ନବାନ ହେଲେ ଏଡାଇ ପାରିବ ମୃତ୍ୟୁ ଯନ୍ତ୍ରଣାକୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 

ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହୋଇପାରିବ କ୍ୟାନ୍ସର

09-06-18-cancer.jpg - 48.45 kB

ଭୁବନେଶ୍ୱର :   କ୍ୟାନ୍ସର ଭଳି ବ୍ୟାଧି ଧିରେ ଧିରେ ଆରମ୍ଭ ହୁଏ ଏବଂ ସମୟକ୍ରମେ ଦ୍ରୁତ ଗତିରେ ବଢ଼ିଯାଏ । ପ୍ରାଥମିକ ପର୍ଯ୍ୟାୟରେ ଏହି ଦୁଃସାଧ୍ୟ ରୋଗର କୌଣସି ଲକ୍ଷଣ  କିମ୍ବା ସମସ୍ୟା ଦେଖାଦେଇ ନଥାଏ । କିନ୍ତୁ ଯେତେବେଳେ ଏହାର ଲକ୍ଷଣ ଦେଖାଯିବା ଆରମ୍ଭ ହୁଏ ସେତେବେଳେ ଏହି ରୋଗ ବହୁମାତ୍ରାରେ ବୃଦ୍ଧିପାଇଥାଏ ଏବଂ ଏହାର ଚିକିତ୍ସା କରିବାର ଖୁବ୍ କମ୍ ସୁଯୋଗ ରହିଥାଏ ।  ତେବେ ଅନେକ ପ୍ରଶ୍ନ ଉଠେ କ୍ୟାନ୍ସର ଭଳି ରୋଗକୁ କ’ଣ ଶରୀରରେ ଆକ୍ରାନ୍ତ ହେବା ସମୟରେ ଚିହ୍ନଟ କରିବା ସମ୍ଭବ ? ଏବଂ କ୍ୟାନ୍ସରକୁ ସମ୍ପୂର୍ଣ୍ଣ ରୂପେ ଶତପ୍ରତିଶତ ରୋଗମୁକ୍ତ କରିବା ସମ୍ଭବ କି? ହଁ, ଉନ୍ନତ ଜ୍ଞାନକୌଶଳ  ଦ୍ୱାରା ଏହା ସମ୍ଭବ ବୋଲି ବିଶେଷଜ୍ଞଙ୍କ ମତ । 

ରୋଗର ପ୍ରାଥମିକ ସ୍ତରରେ ଶରୀରରେ  ଟିସୁ ଏବଂ ସେଲ ଗୁଡିକରେ  ଯେଉଁ ସୂକ୍ଷ୍ମ ପରିବର୍ତ୍ତନ  (ମାଇକ୍ରୋ ଚେଞ୍ଜେସ୍ ) ହୋଇଥାଏ ସେସବୁକୁ ଉନ୍ନତମାନରଜ୍ଞାନକୌଶଳ ଦ୍ୱାରା ଚିହ୍ନଟ କରିବା ସମ୍ଭବ । ଏପରିକି ବିନା ଅପରେସନରେ  ମଧ୍ୟ କ୍ୟାନ୍ସର ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇପାରିବେ ବୋଲି ବିଶିଷ୍ଟ ଗ୍ୟାଷ୍ଟେ୍ରାଏନ୍ଟୋରୋଲୋଜିଷ୍ଟ ଡକ୍ଟର ପଙ୍କଜ ଏନ୍ ଦେଶାଇ ସୂଚନା ଦେଇଛନ୍ତି । 

ନ୍ୟାରୋ ବ୍ୟାଣ୍ଡ ଇମେଜିଂ (ଏନବିଆଇ ) ଓ ହାଇ ରିଜୋଲୁ୍ୟସନ୍ ଏଣ୍ଡୋସ୍କୋପି ଭଳି ନୂଆ ଟେକ୍ନୋଲୋଜି ଦ୍ୱାରା ଶରୀରର ସେଲ୍ ଷ୍ଟ୍ରକ୍ଚର ଓ ମାଇକ୍ରୋ ଏବଂ ମାକ୍ରୋ ବ୍ଲଡ୍ ଭେସିଲ୍ସ ଗୁଡ଼ିକୁ ଦେଖିହେବ ଏବଂ ଶରୀରରେ ଯେଉଁ ଅଂଶରେ କ୍ୟାନ୍ସର ଆରମ୍ଭ ହେବାକୁ ଯାଉଥିବ ଏବଂ ଅନ୍ୟ ଅଂଶକୁ ବ୍ୟାପି ନଥିବ ତାକୁ ଚିହ୍ନଟ ମଧ୍ୟ କରିହେବ । ଏନବିଆଇ  ଏକ ନ୍ୟାରୋ ସ୍ପେକ୍ଟରମ ହ୍ୱାଇଟ୍ ଲାଇଟ୍ ଜରିଆରେ ଶରୀରର ସୂକ୍ଷ୍ମ ପରିବର୍ତନ ଗୁଡ଼ିକ ଦେଖିପାରିବା ସହ ଖୁବ୍ ସହଜରେ ରୋଗର ଚିହ୍ନଟ ଓ ଚିକିତ୍ସା ମଧ୍ୟ କରାଯାଇପାରିବ ବୋଲି ଡକ୍ଟର ଦେଶାଇ କହିଛନ୍ତି । 

ଏଣ୍ଡୋସ୍କୋପିକ୍ ସବମ୍ୟୁକୋସାଲ ଡିସେକ୍ସନ  (ଇଏସଡି  ) ହେଉଛି ଅନ୍ୟ ଏକ ଟେକ୍ନୋଲୋଜି ଯାହା ଦ୍ୱାରା କି ଏଣ୍ଡୋସ୍କୋପି ଜରିଆରେ ବିନା ଓପନ୍ ଅପରେସନ୍ରେ କ୍ୟାନ୍ସରର ସମ୍ପୂର୍ଣ୍ଣ ଚିକିତ୍ସା କରିହେବ । ଇଏସଡି ହେଉଛି ଏଣ୍ଡୋସ୍କୋପିକ୍ ସର୍ଜିକାଲ୍ ଟେକ୍ନିକ୍ ଯାହାର ପ୍ରୟୋଗ ମାଧ୍ୟମରେ ଶରୀର ମଧ୍ୟରେ ଚିକିତ୍ସା କରିହେବ । ଶରୀର ଭିତରେ କରାଯାଉଥିବା ଏହି ଅପରେସନ୍ ଖୁବ୍ କମ୍ ଖର୍ଚ୍ଚରେ ତଥା  ଏବଂ ବିନା ରକ୍ତର ଆବଶ୍ୟକତାରେ ସୁରକ୍ଷିତ ଭାବେ କରାଯାଇଥାଏ । ଅପରେସନର  ପରଦିନ ହିଁ ରୋଗୀଙ୍କୁ ହସ୍ପିଟାଲରୁ  ଡିସ୍ଚାର୍ଜ କରାଯାଇଥାଏ ବୋଲି ଡକ୍ଟର ଦେଶାଇ କହିଛନ୍ତି । 

ଡକ୍ଟର ଦେଶାଇ ଆଜିଠାରୁ ଏକ କର୍ମଶାଳାରେ ଇନ୍ସସ୍ଟିଚ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଏହି ନୂତନ ଜ୍ଞାନ କୌଶଳ  ଉପରେ ଡାକ୍ତର  ଓ ସର୍ଜନମାନଙ୍କୁ  ପ୍ରଶିକ୍ଷଣ ଦେଉଛନ୍ତି । ଏହି ପ୍ରଶିକ୍ଷଣ ଦ୍ୱାରା ଓଡ଼ିଶାର ସର୍ଜନମାନେ ଖୁବ୍ ଉଚ୍ଚକୋଟିର ଚିକିତ୍ସା କରିପାରିବେ ବୋଲି ଡକ୍ଟର ଦେଶାଇ କହିଛନ୍ତି । 

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର  ଗ୍ୟାଷ୍ଟେ୍ରାଏନ୍ଟୋରୋଲୋଜି ବିଭାଗର ମୁଖ୍ୟ ଡକ୍ଟର ମନୋଜ କୁମାର ସାହୁ କହିଲେ ଯେ ଏନବିଆଇ ଏବଂ ଇଏସଡି ବର୍ତମାନ ସମ୍ ହସ୍ପିଟାଲରେ  ତାଙ୍କ ବିଭାଗରେ ଉପଲବ୍ଧ ଅଛି ଏବଂ ସଫଳତାର ସହ ଏହି କୌଶଳକୁ ପ୍ରୟୋଗ କରି ରୋଗୀମାନଙ୍କର ଚିକିତ୍ସା କରାଯାଉଛି । ଏହି ଚିକିତ୍ସା ଦ୍ୱାରା କ୍ୟାନ୍ସର ରୋଗୀମାନଙ୍କର କୌଣସି  ସମସ୍ୟା ଉପୁଜୁ ନଥିବା ଡକ୍ଟର ସାହୁ କହିଛନ୍ତି । 

 

0
0
0
s2sdefault