ହେଡଲାଇନସ୍:

ପକେଟ ଗରମ କରି ଚେଇଁ ଶୋଇଛନ୍ତି ଅଧିକାରୀ,  ମାଫିଆ ମାଲାମାଲ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜବରଦଖଲରେ ସରକାରୀ ଜମି

09-06-18-jajpur.jpg - 44.57 kB

ଯାଜପୁରରୁ ଜୟଶଙ୍କର ଦାଶ : ବ୍ୟାସନଗର ତହସିଲ ଅନ୍ତର୍ଗତ ଆଖପାଖ ଅଞ୍ଚଳରେ କିଛି ସରକାରୀ ଜମି ଜବରଦଖଲରେ ରହିଥିବା ଲକ୍ଷ୍ୟ କରାଯାଇଛି । ଏହି ସରକାରୀ ଜମି ବିଭିନ୍ନ କିସମର ହୋଇଥିବାବେଳେ ଏହାକୁ ମାଫିଆମାନେ ଭିନ୍ନ ଉପାୟ ଅବଲମ୍ବନ କରି ହାତେଇ ନେଉଛନ୍ତି । କିନ୍ତୁ ସରକାରୀ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଜମିମାଫିଆମାନେ ସରକାରୀ ଜମିକୁ ଦୀର୍ଘବର୍ଷ ଧରି ମାଡ଼ିବସି ସେଠାରେ ଘରଦ୍ୱାର କରି ରହିବା ସହ ଭଡ଼ାସୂତ୍ରରେ ରହି ବେପାର ଚଳାଇଛନ୍ତି । ସରକାରଙ୍କ ଜମିରେ ଏହି ମାଫିଆମାନେ ଧୀରେ ଧୀରେ ନିଜ ମାଲିକାନା ଜାହିର କରିବାରେ ଲାଗିପଡ଼ିଛନ୍ତି । ସୂଚନାଯୋଗ୍ୟ ଯେ, ଏଠାରେ କିଛି ବାହାର ଲୋକ ଆସି ନିଜର ବ୍ୟବସାୟ ଓ ଚାକିରି କରି ସରକାରୀ ଜମି ମାଡ଼ିବସି ଘରଦ୍ୱାର କରି ରହୁଛନ୍ତି । କିନ୍ତୁ ଏହି ଲୋକମାନଙ୍କର ବାସସ୍ଥାନ ଯେଉଁଠି ହୋଇଥିଲେ ମଧ୍ୟ ସେମାନଙ୍କ ପୂର୍ବପୁରୁଷଙ୍କ ନାମରେ ଜମି ରେକର୍ଡ ଥିବାର ଜଣାଯାଏ । ସରକାର ବିଜ୍ଞାପନ ମାଧ୍ୟମରେ ଡିସ୍ମିସ୍ କରୁଥିବାବେଳେ ଯେଉଁ ଲୋକର ବାସସ୍ଥାନ ନାହିଁ ଓ ଗୋଟିଏ ସ୍ଥାନରେ ୩୦ରୁ ୪୦ ବର୍ଷ ଧରି ବସବାସ କରିଆସୁଛନ୍ତି ସେମାନଙ୍କୁ ସରକାରଙ୍କ ଭୂମିହୀନ ସୁବିଧା ଦିଆଯିବ ବୋଲି ସରକାର କହୁ୍ଥିବାବେଳେ କିଛି ସରକାରୀ ପଦାଧିକାରୀ ଜମିମାଫିଆମାନଙ୍କୁ ସହଯୋଗ କରୁଥିବାର ଦେଖାଯାଏ । ମଝିରେ ମଝିରେ ରାଜ୍ୟ ସରକାରଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଅନୁମତି ବା ଅର୍ଡର ଆସିଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ନହୋଇ ଅଧାବାଟରେ ଅଟକି ଯାଏ । କାରଣ ସ୍ଥାନୀୟ ଅଞ୍ଚଳର ରାଜନେତା ଓ ବଡ଼ବଡ଼ିଆ ଲୋକ ଉପରୁ ରାଜନୈତିକ ଚାପ ପକାଇ ଏହାକୁ ସ୍ଥଗିତ କରିଦିଅନ୍ତି । କିଛି ସରକାରୀ ପଦାଧିକାରୀ ଏଭଳି କାର୍ଯ୍ୟ କରୁଥିବାରୁ ଦିନକୁ ଦିନ ଜମିମାଫିଆମାନେ ଜବରଦଖଲ କରି ରହିଥିବା ଜମିକୁ ନିଜ ନାମରେ କରିନେଉଛନ୍ତି । ଜିଲ୍ଲା ପ୍ରଶାସନ, ତହସିଲଦାର ଓ ଆରଆଇ ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦେଲେ ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ ହୋଇପାରନ୍ତା । ସରକାରଙ୍କ ନିକଟକୁ ସରକାରୀ ଜମି ଫେରିଆସନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । କିନ୍ତୁ ଏଠାରେ ଦେଖାଯାଏ ଯେ, ସରକାରୀ ପଦାଧିକାରୀମାନେ ନିଜର ଆସନକୁ ସୁରକ୍ଷିତ ରଖିବା ସହିତ ନିଜର ପକେଟ ଗରମ କରୁଛନ୍ତି । ସରକାରଙ୍କ ନିଦ୍ରା ନ ଭାଙ୍ଗିଲେ ଉଚ୍ଚପଦସ୍ଥ ଅଧିକାରୀ ଓ ରାଜନେତା, ଜମିମାଫିଆଙ୍କ ମଧ୍ୟରେ ସଲାସୁତରା ହୋଇ ଜମି ହାତେଇ ନେବେ । ଜବରଦଖଲ ଉଚ୍ଛେଦ ବନ୍ଦ କରାନଗଲେ ସରକାରୀ ଜମି ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

 

0
0
0
s2sdefault