ହେଡଲାଇନସ୍:

 ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ଓଡିଶା ତଥା ରାୟଗଡ ଜିଲ୍ଳାରେ ପ୍ରଥମ ହେଲେ ସାଇ ପ୍ରବୀଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-06-18-rayagada-w.jpg - 90.42 kB

ରାୟଗଡ଼ାରୁ ସରୋଜ ସାହୁ : ବହୁ ଦିନର ଅପେକ୍ଷା ପରେ ବାହାରିଛି ଯୁକ୍ତ ୨ ବାଣିଜ୍ୟ ଓ କଳା ବିଭାଗର ଫଳାଫଳ ।  ଏହି ପରୀକ୍ଷା ଫଳ ବାହାରିବା ପରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଖେଳି ଯାଇଛି ଉତ୍ସାହ । ଓଡିଶା ତଥା  ରାୟଗଡା ଜିଲ୍ଳାରେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟ ଅଧୀନର ଯୁକ୍ତ ୨ ଜୁନିୟର କଲେଜର  ବାଣିଜ୍ୟ ବିଭାଗର ଛାତ୍ର ସାଇ ପ୍ରବୀଣ ପଟ୍ଟନାୟକ ସର୍ବାଧିକ ୯୦.୬୬ପ୍ରତିଶତ ମାର୍କ ହାସଲ କରି  ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହାକୁ ନେଇ ପରିବାର ତଥା ଜିଲ୍ଳାରେ ଉତ୍ସାହ ଦେଖିବାକୁ ମିଳିଛି । ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଳା ଭାବେ ପରିଗଣିତ ରାୟଗଡ ଜିଲ୍ଳାର ଏହି ଛାତ୍ର ଜିଲ୍ଳାର ଗୈାରବକୁ ରାଜ୍ୟସ୍ତରରେ ଅର୍ଜନ କରିଛନ୍ତି  । ପ୍ରବୀଣର ଏହି ସଫଳତାକୁ ନେଇ  ତାଙ୍କ ପରିବାରଙ୍କ  କହିବାନୁସାରେ ପ୍ରବୀଣ ପୂର୍ବରୁ ହିଁ ବାଣିଜ୍ୟ ବିଭାଗରେ ପାଠ ପଢି ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଂଉନଟାଟ୍  ହେବାର ଲକ୍ଷ୍ୟ ରଖିଥିଲେ । ସେ ଦିନରାତି କେବଳ ପାଠପଢାରେ ହିଁ ସମୟ ବିତାଇ ଆଜି ସେ ଏହି ସଫଳତାକୁ ହାସଲ କରିଥିବା ତାଙ୍କ ବାପା ସୁରେଶ ଓ ମାତା ଉମାଦେବୀ ପଟ୍ଟନାୟକ ପ୍ରକାଶ କରଛନ୍ତି । ଆଜି ପ୍ରବୀଣଙ୍କ ପରିବାରରେ ଏକ ଉତ୍ସାହ ମହଲ ସହ ପରସ୍ପର ମଧ୍ୟରେ ମିଠା ଖୁଆଇବା ଓ ଆଖପାଖ ପଡୋଶୀଙ୍କୁ  ମିଠା ବାଂଟିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାୟଗଡ ଜିଲ୍ଳାର ବିଭିନ୍ନ୍ ଶିକ୍ଷାନୁଷ୍ଠାନ ତଥା ସଂଗଠନଗୁଡିକ ପକ୍ଷରୁ ପ୍ରବୀଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି | 

0
0
0
s2sdefault