ପ୍ରକୃତି ସହ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାକୁ ରାଜ୍ୟପାଳଙ୍କ ପରାମର୍ଶ
ଭୁବନେଶ୍ୱର :ପୃଥିବୀର ଭବିଷ୍ୟତ ଶ୍ରେଣୀଗୃହରେ ନିର୍ମିତ ହୁଏା ଏଭଳି ଏକ ଗୁରୁଦାୟିତ୍ୱକୁ ନିର୍ବାହ କରନ୍ତି କୁଳପତିମାନ | ସେମାନେ ଅଧିକ କ୍ରିୟାଶୀଳ ହୋଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି କରିବାକୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତିା
ଆଜି ରାଜଭବନରେ ଆୟୋଜିତ ଏକ ପାରସ୍ପରିକ ଭାବବିନିମୟ କାର୍ଯ୍ୟକ୍ରମରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଲାଲ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତି ଓ ପରିବେଶ ସହ ଯୋଡ଼ିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତିା ସେ କହିଛନ୍ତି ଯେ ପ୍ରକୃତି କୋଳରେ ହିଁ ବ୍ୟକ୍ତିତ୍ୱର ସାବଲୀଳ ଅଭିବୃଦ୍ଧି ଘଟୋ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ସବୁଜ କ୍ୟାମ୍ପସ ଲକ୍ଷ୍ୟ ହାସଲ ନିମନ୍ତେ ଉଦ୍ୟମ କରିବା ଦରକାରା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣାକୁ ବେଶୀ ଗୁରୁତ୍ୱ ଦେବା ଦରକାର ଓ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଫେସର ଲାଲ କହିଛନ୍ତି |
ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ସମାବର୍ତ୍ତନ ଉତ୍ସବ ହେଉଥିବା ଜାଣି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଛନ୍ତିା ଠିକଣା ସମୟରେ ପରୀକ୍ଷା କରିବା, ଫଳ ପ୍ରକାଶ କରିବା ଓ ସାର୍ଟିଫିକେଟ୍ ପ୍ରଦାନ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତିା ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରି ବକ୍ତୃତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟପାଳ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତିା ରାଜ୍ୟପାଳ ଆନ୍ତଃବିଶ୍ୱବିଦ୍ୟାଳୟ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରି ଅନ୍ୟ
ବିଶ୍ୱବିଦ୍ୟାଳୟର ଉତ୍ତମ କାର୍ଯ୍ୟଧାରାକୁ ଆପଣେଇବା ସହ ଦେଶବିଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ସହ ସଂପର୍କ ଓ ସକ୍ରିୟ ସହଯୋଗ ପାଇଁ ଉଦ୍ୟମ କରିବାକୁ କହିଛନ୍ତିା ଓଡ଼ିଶାର ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତିା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଗାନ୍ଧୀ-ଦର୍ଶନ ଓ ଚିନ୍ତନର ପ୍ରସାର ପାଇଁ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ କରିବାକୁରାଜ୍ୟପାଳ ପରାମର୍ଶ ଦେଇଛନ୍ତି |
ବୈଠକରେ ଉପସ୍ଥିତ କୁଳପତିମାନେ ବିଶ୍ୱବିଦ୍ୟାଳୟର ସ୍ଥିତି, ଅଗ୍ରଗତି ଓ ଅଭାବ-ଅସୁବିଧା ସଂପର୍କରେ ତଥ୍ୟ ଓ ସୂଚନା ଉପସ୍ଥାପନା କରିଥିଲେ | ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ. ଭେନୁଗୋପାଳ, ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନଙ୍କ ସମେତ ବିଶ୍ୱବିଦ୍ୟାଳୟର କୁଳପତିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |