ହେଡଲାଇନସ୍:

ପ୍ରଶାସନ ଆଖିରେ ଆଙ୍ଗୁଠି ଗେଂଜି ମେସିନ୍ କରୁଛି କାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାମ ପାଇବାରୁ ଶ୍ରମିକ ବଂଚିତ, ପଂଚାୟତରେ ଉତ୍ତେଜନା

08-06-18-jajpur.jpg - 112.14 kB

କୋରେଇ/ଯାଜପୁରରୋଡ୍: Jayashankar Dash  : କୋରେଇ ବ୍ଲକ ଅନ୍ତର୍ଗତ ବଡ଼ବିରୁହାଁ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଅନିୟମିତା ହୋଇଥିବାର ଅଭିଯୋଗ ହୋଇଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ପଞ୍ଚାୟତର ବନମାଳୀପୁର ଗ୍ରାମରେ କେନାଲବନ୍ଧଠାରୁ ବେଙ୍ଗାଯାଏ ୫ ଲକ୍ଷର ଚେକଡ୍ୟାମ  ରାସ୍ତା ନିର୍ମାଣ, ୧୮ ଗୁଣ୍ଠିଆଠାରେ ୫ ଲକ୍ଷ ଟଙ୍କାର  ଚେକଡ୍ୟାମ ନିର୍ମାଣ ଭଳି ପ୍ରକଳ୍ପ କରାଯିବା ପାଇଁ ଗ୍ରାମସଭାରେ ସ୍ଥିର ହୋଇଥିଲା । ମନରେଗା ଯୋଜନାରେ ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବାକୁ ଗ୍ରାମସଭା କ୍ରମିକ ନଂ ୬୩ରେ ଅନୁମୋଦନ କରାଯାଇଥିଲା । ସମସ୍ତ କାର୍ଯ୍ୟରେ ଗ୍ରାମର ଜବକାର୍ଡଧାରୀ ଶ୍ରମିକଙ୍କୁ ନିୟୋଜିତ କରାଯାଇ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହା ସହିତ ରାସ୍ତାକାର୍ଯ୍ୟରେ ଏକ କଲଭର୍ଟ ନିର୍ମାଣ କରାଯିବା ପାଇଁ ମଧ୍ୟ ସ୍ଥିର ହୋଇଥିଲା । ହେଲେ ପରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ମେସିନ୍ ଦ୍ୱାରା କରାଯାଉଥିବାବେଳେ ଗ୍ରାମର ଶ୍ରମିକଙ୍କୁ ଅଣଦେଖା କରାଯାଉଥିବାର ଗ୍ରାମବାସୀ କୋରେଇ ବିଡିଓଙ୍କଠାରେ ଅଭିଯୋଗ କରିଥିଲେ । ମନରେଗା ଯୋଜନାରେ କୌଣସି କାର୍ଯ୍ୟ ହୋଇଥିବା ସେ ଜାଣିନଥିବା କହିଥିଲେ । ଯଦି ଏପରି ହୋଇଥାଏ ତେବେ ତାହାର ତଦନ୍ତ କରାଯିବା ସହିତ ଟଙ୍କା ଉଠାଣ ବନ୍ଦ କରାଯିବ ବୋଲି ମଧ୍ୟ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ବିଡିଓଙ୍କ ଅଗୋଚରରେ ଉକ୍ତ କାର୍ଯ୍ୟର ଲକ୍ଷାଧିକ ଟଙ୍କାର ମଷ୍ଟରରୋଲ୍ କରାଯିବା ସହିତ ସହିତ ଉଠାଣ ପାଇଁ ମସୁଧା କରାଯାଉଥିବା ଜଣାପଡ଼ିଛି । ଯାହାକୁ ନେଇ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି । ପଞ୍ଚାୟତର କୌଣସି କାର୍ଯ୍ୟରେ ସୂଚନାଫଳକ ଲଗା ଯାଇନଥିବାବେଳେ ବିବରଣୀ ସମ୍ପର୍କରେ ମଧ୍ୟ ସୂଚନା ନାହିଁ । ଏପରିକି ପଞ୍ଚାୟତ ଅଧିକାରୀଙ୍କୁ ମଧ୍ୟ ଅନ୍ଧାରରେ ରଖି କାର୍ଯ୍ୟ କରାଯାଉଥିବାର ଅଭିଯୋଗ ହୋଇଛି । ପଞ୍ଚାୟତରେ ବହୁ ଜବକାର୍ଡ ଧାରୀ ଶ୍ରମିକ ରହିଥିଲେ ମଧ୍ୟ ସେମାନଙ୍କୁ ଉପେକ୍ଷା କରାଯାଇ ମେସିନରେ  କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି । ଗ୍ରାମରେ ମନରେଗା ଯୋଜନାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅଗୋଚରରେ କିପରି ଏବଂ କାହା ପ୍ରରୋଚନାରେ କାର୍ଯ୍ୟ କରାଯାଉଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ନିୟମକୁ ଉଲ୍ଲଙ୍ଘନ କରାଯାଇ ମନରେଗା କାର୍ଯ୍ୟ ମେସିନ୍ ଦ୍ୱାରା କରାଯାଉଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି ।

 

 

 

0
0
0
s2sdefault