ହେଡଲାଇନସ୍:

ନିଜ ଗଣମାଧ୍ୟମ ସଂସ୍ଥା ପଚାରୁ  ନପଚାରୁ, ସାମ୍ବାଦିକଙ୍କ ପରିବାର ପାଇଁ ଠିଆ ହେବେ ସରକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-06-18-Chief-Minister-Shr.jpg - 47.00 kBସ୍ବାସ୍ଥ୍ୟବୀମା ୨ ଲକ୍ଷରୁ ଅଧିକ ହେଲେ ବି ବ୍ୟବସ୍ଥା କରିବେ ସରକାର 

କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ସାମାଜିକ ନିରାପତ୍ତା

କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ  ମିଳିବ ୪ ଲକ୍ଷ ଟଙ୍କା 

ପିଲାଙ୍କ ଶିକ୍ଷା ପାଇଁ ସରକାର ଯୋଗାଇବେ ସହାୟତା ମାସିକ ୧୫୦୦ରୁ ୨୫୦୦

ସ୍ଥାୟୀ ଭାବେ ଅକ୍ଷମ ହେଲେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା 

ଭୁବନେଶ୍ୱର(Girija Shankar Dash) : ଦୂର ପାହାଡ ସୁନ୍ଦର ପରି ସାମ୍ବାଦିକ ସମ୍ପର୍କରେ ଲୋକଙ୍କ ଧାରଣା ଭିନ୍ନ ଥାଏ | ଲୋକ କଣ କହିବା, ଗଣମାଧ୍ୟମ ଭିତରେ ଥିବା ସ୍ୱଚ୍ଛଳ ସାମ୍ବାଦିକ ଆଉ କିଛି ତଥାକଥିତ ସ୍ୱାଭିମାନୀ ସାମ୍ବାଦିକଙ୍କ ଆଚରଣ ମଧ୍ୟ ସେପରି | ରାଜ୍ୟ ସରକାର ନିକଟରେ ସାମ୍ବାଦିକଙ୍କ ପାଇଁ ସ୍ବାସ୍ଥ୍ୟବୀମା ଘୋଷଣା କଲାବେଳେ କିଛି ଅବାନ୍ତର ପ୍ରଶ୍ନ ବି ଉଠାଇଥିଲେ ସେମାନେ | ହେଲେ ବାସ୍ତବତା ଅନୁଭବ କରିନଥିବା କିଛି ଲୋକ ଏପରି କହିଥାଇ ପାରନ୍ତି | ସମସ୍ତଙ୍କ ଦୁଃଖ, ଦାବି, ଆଉ ଯନ୍ତ୍ରଣା ବିଷୟରେ ଫି ଦିନ ବଖାଣୁଥିବା ସାମ୍ବାଦିକମନର ବେଦନାକୁ କେହି କେବେ ବୁଝିବାକୁ ଚେଷ୍ଟା କରିନାହାନ୍ତି | ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି ମନ ପୋଡ଼ିଗଲେ ଜାଣୁଛି କିଏ ପରି ସାମ୍ବାଦିକ ଜୀବନ କାହାଣୀ କେବଳ ତା ପରିବାର ହିଁ ଅଙ୍ଗେ ନିଭାଇ ଥାନ୍ତି | କଟୂ ହେଲେ ବି ସତ୍ୟ |  ଜଣେ ସାମ୍ବାଦିକ ଚାକିରୀ ଆରମ୍ଭ କରିବା ମାନେ ଉତ୍ତରାଧିକାର ସୂତ୍ରରେ ଦିଟି ରୋଗ ମିଳିଥାଏ | ତାହାହେଲା ଗ୍ୟାସ୍ଟ୍ରିକ ଆଉ ରକ୍ତଚାପ | କାହା କାହା ଭାଗ୍ୟରେ  ପରେ ପରେ ମଧୁମେହ ମିଳିଯାଇଥାଏ  |  ପ୍ରବଳ ଚାପ ଆଉ କାର୍ଯ୍ୟଭାର ସର୍ବୋପରି ଟେନସନରେ କାର୍ଯ୍ୟ କରୁଥିବା ସର୍ବୋପରି ଖାଇବା ସମୟରେ ଅନିୟମିତତା ସାମ୍ବାଦିକ ପାଇଁ କିଛି ରୋଗ ଅନିଚ୍ଛା ସତ୍ୱେ ମିଳିଯାଇଥାଏ | ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ସରକାର ମାନେ ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ନେଇଥିବା ବେଳେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମାର ସୁଯୋଗ ସୃଷ୍ଟିକାରୀ ସେମାନଙ୍କ ଚିକିତ୍ସାର ବ୍ୟବସ୍ଥା କରିଥିବା ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଐତିହାସିକ ପଦକ୍ଷେପ ନେଇଛନ୍ତି |

 କାର୍ଯ୍ୟରତ ସାମ୍ବାଦିକ ଟିଏ ଚାଲିଗଲେ ସେ କାର୍ଯ୍ୟ  କରୁଥିବା ଗଣମାଧ୍ୟମ  ତାଙ୍କୁ ପୂର୍ବତନ ସାମ୍ବାଦିକ କହି ତାଙ୍କ ମୃତ୍ୟୁର ଖବରକୁ ହଜିଗଲା ଭଳି ପ୍ରକାଶ କରୁଥିବା ବେଳେ (ହାତଗଣତି କେତୋଟିକୁ ଛାଡି) ସେମାନଙ୍କ ପରିବାରର ଅବସ୍ଥା କଣ ହେବ ବା ସେମାନଙ୍କ ପିଲାମାନେ କେମିତି ବଯକି ଜୀବନ ବଂଚିବେ ତାହା କେହି ଚିନ୍ତା କରନ୍ତି ନାହିଁ | କିଛି ସମଭାବି ସାମ୍ବାଦିକ କିଛି ଚାନ୍ଦ ଏକାଠି କରି ଯାଇ ମୃତ ସାମ୍ବାଦିକଙ୍କ ବିଧାବାବଙ୍କୁ ଦେଇ ଆସନ୍ତି | ଯାହା ସମୁଦ୍ରକୁ ଶଙ୍ଖେ | ସାମ୍ବାଦିକଙ୍କ ଦେହାନ୍ତର ଦ୍ଵାଦଶାହ ଯାଇନଥିବା ଆରମ୍ଭ ହୋଇଯାଏ ସେମାନଙ୍କ ଜୀବନରେ ଅଭାବର ଯନ୍ତ୍ରଣା | ନିଜ ଆତ୍ମୀୟ  ସ୍ୱଜନ କେହି ସହଯୋଗର ହାତ ବଢ଼ାଇ ଦେଲେ ତ ଭଲ କଥା, ନହେଲେ ମୃତ  ସାମ୍ବାଦିକଙ୍କ ପରିବାରର ସଂଘର୍ଷମୟ ଜୀବନ ଆରମ୍ଭ ହୋଇଯାଏ | ପିଲାମାନଙ୍କ ପାଠପଢା ଆଉ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଏ |  କାରଣ ଏହି ସାମ୍ବାଦିକ ଏକ ଖବର କାଗଜରେ କାମ କଲାବେଳେ କଟକର ମୁଖ୍ୟ ଭାବେ କାମ କରୁଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କ ଦୁଖଦ ମୃତ୍ୟୁ ଘଟିଲା | ସେଦିନ ସେହି ଖବର କାଗଜରେ ତାଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ନିକୃଷ୍ଟ ରୁଚି ସମ୍ପନ୍ନ ଭାବେ ବାହାରିଥିଲା | ସମାଜ ସେବୀଙ୍କ ଦେହାନ୍ତ ହେଲେ ଫୋଟୋ ସହିତ ଖବର ଛାପିଉଥିବା ସେଇ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁଲେଖାରେ ଏକ ଫୋଟୋ ବି ବସାଇବା ଉଚିତ ନଥିଲା | ସବୁଠୁ ଅତ୍ୟନ୍ତ ଦୁଃଖର କଥା ଥିଲା ଯେ ସେହି ଖବର କାଗଜରେ ଅସୁସ୍ଥ ହୋଇ ଚଜିତ୍ସିତ ହେବା ଅବସ୍ଥାରେ ପ୍ରାଣ ହରାଇଥିବା ବେଳେ " ସେ ଆମ ଖବର କାଗଜର ପୂର୍ବତନ କର୍ମଚାରୀ ଥିଲେ" ବୋଲି ଖବର ପ୍ରକାଶ ପାଇଲା | ସେଦିନ ଟାଣ ଆନ୍ଦୋଳିତ କରିଥିଲା ଯେ ଜଣେ ସାମ୍ବାଦିକଙ୍କ ପ୍ରତି କାର୍ଯ୍ୟ କରୁଥିବା ଖବର କାଗଜର ଆଚରଣ ଯଦି ଏଇୟା, ତେବେ ସମାଜର ଲୋକଙ୍କୁ କଣ କହିବା !!!! ହେଲେ  ଖବର କାଗଜ ଚିନ୍ତା କରୁ ନକରୁ ପଛକେ, ସାମ୍ବାଦିକଙ୍କ କ୍ଷେତ୍ରରେ ଯଦି କିଛି ଅଘଟଣ ଘଟେ ତେବେ ତାଙ୍କ ପରିବାରଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି |  ବିଳମ୍ବରେ ହେଲେ  ବି ବା ରାଜନୈତିକ ଉଦ୍ଦେଶ୍ୟ ରଖି ହେଉ, ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ | ଗତ ୩୧ ତାରିଖରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଘୋଷଣା କରିବା ପରେ ଗୁରୁବାର ସମ୍ପୃକ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଜନା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି  । ଘୋଷିତ ଯୋଜନା ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ  ଦେଇଛନ୍ତି । ଆଉ ଏ କ୍ଷେତ୍ରରେ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମକୁ ମଧ୍ୟ ଧନ୍ୟବାଡ଼ ଦିଆଯିବା ଉଚିତ | 

 ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ସଚିବାଳୟ ଠାରେ ଅନୁଷ୍ଠିତ  ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି  ଅନୁଯାୟୀ ଏଣିକି କାର୍ଯ୍ୟରତ ସାମ୍ବାଦିକମାନଙ୍କ ମୃତ୍ୟୁ ଘଟିଲେ ୪ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ମିଳିବ । ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ସହିତ ଅଧିକ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯିବ । ଯଦି କୌଣସି କ୍ଷେତ୍ରରେ ସ୍ୱାସ୍ଥ୍ୟ ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଣିକ୍ଷଣ ନିର୍ଦ୍ଦେଶାଳୟ ର ଅନୁମତି କ୍ରମେ ଅଧିକ ସହାୟତାର ବ୍ୟବସ୍ଥା କରାଯିବ । ଯଦି କୌଣସି ସାମ୍ବାଦିକ ସ୍ଥାୟୀ ଭାବେ ଅକ୍ଷମ ହୁଅନ୍ତି, ସେ କ୍ଷେତ୍ରରେ ତାଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ପାଇଁ ସହାୟତା ଦିଆଯିବ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଏବଂ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯିବ । 

ଏହା ବ୍ୟତୀତ ସାମ୍ବାଦିକ ମାନଙ୍କୁ ବୃତ୍ତିଗତ  ପ୍ରଶିକ୍ଷଣ ଦେବାପାଇଁ ସରକାର ସହାୟତା ଯୋଗାଇଦେବେ । ଆଇଆଇଏମ୍ସି ପରି ସଂସ୍ଥା ଗୁଡିକରେ ୨୫ରୁ ୩୫ ଜଣ ସାମ୍ବାଦିକଙ୍କୁ ରାଜ୍ୟ ଭିତରେ ୩ ଦିନିଆ ଏକ ସପ୍ତାହ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟ ସରକାର ୫ ବର୍ଷିଆ ବ୍ଲକ୍ ପିରିୟଡ୍ ମଧ୍ୟରେ ଜଣ ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ  । 

ସେହିପରି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡହେବ । ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ୍  ପରିମାଣ ପ୍ରତି ବର୍ଷ ପ୍ରଦାନ କରାଯିବ । ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ । ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ୍  ପରିମାଣ ପ୍ରତି ବର୍ଷ ପ୍ରଦାନ କରାଯିବ । ୫୦ ହଜାର ଟଙ୍କା ପର୍ଯ୍ୟନ୍ତ  ଦୁଇ ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ କରାଯାଇଛି । ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ୍  ପରିମାଣ ପ୍ରତି ବର୍ଷ ପ୍ରଦାନ କରାଯିବ  ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  । 

ଏହିସବୁ ସୁବିଧା ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ  । ବୈଠକରେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା , ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ , ସୂଚନା ଓ ଲୋକସମ୍ପର୍କ ସଚିବ ହେମନ୍ତ ଶର୍ମା, ନିର୍ଦ୍ଦେଶକ  ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।

ସୂଚନାଯୋଗ୍ୟ ଯେ ଗତ ମଇ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କରିଥିଲେ  । ୨୦୧୮ ଜୁନ୍ ପହିଲା ଠାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩୨୩୩ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ ହୋଇଛନ୍ତି  । 

0
0
0
s2sdefault