ହେଡଲାଇନସ୍:

ଜୁନ ୧୬ଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-06-18-simlipal-national-.jpg - 134.82 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ଷ ଋତୁ ସମୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷ ହୋଇଥାଏ । ଏହି ସମୟରେ ବର୍ଷାପାଣିରେ ଅଭୟାରଣ୍ୟ ମଧ୍ୟରେ ରାସ୍ତାଘାଟ ଧୋଇ ଯିବା ସାଙ୍ଗକୁ ଗଛ ସବୁ ଉଲଟି ପଡ଼ି ରାସ୍ତାଘାଟ ଆଦିକୁ ଅବରୋଧ କରିଥାଏ । ଯାହା ଭିତରକୁ ପ୍ରବେଶ କରିଥିବା ଯାନର ଯାତାୟତରେ ବାଧା ପହଁଞ୍ଚାଇବା ସାଙ୍ଗକୁ ପର୍ଯ୍ୟଟକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରାଇଥାଏ । ଏହିପରି ବିଭିନ୍ନ କାରଣ ପାଇଁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚଳିତ ଜୁନ ୧୬ଠାରୁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ । ଏହି ୧୬/୦୬/୨୦୧୮ଠାରୁ କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ଦିଆ ଯିବ ନାହିଁ ଏବଂ ଅଭୟାରଣ୍ୟ କେଉଁ ଦିନ ଖୋଲିବ ସେ ସମ୍ପର୍କରେ ପରବର୍ତ୍ତି ସମୟରେ ପର୍ଯ୍ୟଟକମାନଙ୍କୁ ସୂଚନା ପ୍ରଦାନ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର କ୍ଷେତ୍ର ନିଦେ୍ର୍ଧଶକ ତଥା ଆଂଚଳିକ ବନ ମୁଖ୍ୟ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

 

0
0
0
s2sdefault