ଭଞ୍ଜନଗର ( ନିଲୁ ବିଷୋୟୀ ) - ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ କୋଭିଡ ଗାଇଡ ଲାଇନ ପାଳନ ମୁତାବକ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା ଚାଲୁରହିଛି । ଏହି ବିଦ୍ୟାଳୟ ଗୁଡିକରେ ବିଦ୍ୟାଳୟ କତ୍ତୃପକ୍ଷ କିପରି କୋଭିଡ ନୀତି ନିୟମ ପାଳନ କରୁଛନ୍ତି ତଥା ଶିକ୍ଷାର୍ଥୀମାନେ କୋଭିଡ ଗାଇଡ ଲାଇନ କିପରି ପାଳନ କରୁଛନ୍ତି, ପିଲାଙ୍କ ପାଠ ପଢାସହ ବିଦ୍ୟାଳୟ ପରିଷ୍କାର ପରିଛନ୍ନତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ର ତଦାରଖ କରିବା ପାଇଁ ଭଞ୍ଜନଗର ବ୍ଳକରେ ଦୁଇଟି ସ୍କ୍ବାଡ ଟିମ ଗଠନ କରାଯାଇଛି । ଗୋଟିଏ ବି.ଇ.ଓ ଏସ୍. ଧନଞ୍ଜୟଙ୍କ ନେତୃତ୍ବରେ ଅତିରିକ୍ତ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଗଠିତ ହୋଇଥିବା ବେଳେ ଅନ୍ୟଟି ସି.ଆର୍.ସି.ସି ତଥା ବରିଷ୍ଠ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଗଠିତ ହୋଇଛି । ପ୍ରଥମ ଦିନରେ ସି.ଆର୍.ସି.ସି ନାରାୟଣ ମହାପାତ୍ର, ସନ୍ତୋଷ କୁମାର ସାହୁ,ମୋହନ ସାହୁ , ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ ଙ୍କୁ ନେଇ ଗଠିତ ବାଇକ ସ୍କ୍ବାଡ ଟିମ ବ୍ଳକର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଓ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ଭଞ୍ଜନଗର, ସି.ଆର୍.ସି.ସି ଆଦିକନ୍ଦ ଗୌଡ, ତ୍ରିନାଥ ବେହେରା,ରାଘବ ନାୟକ ଓ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ତ୍ରିପାଠୀ ଙ୍କୁ ନେଇ ଗଠିତ ବାଇକ ସ୍କ୍ବାଡ କାହ୍ନୁରାଉତ ହାଇସ୍କୁଲ ଲାଲ ସିଂ, ସି.ଆର୍.ସି.ସି ସନ୍ତୋଷ ଗୌଡ,ସୁନୀଲ କୁମାର ପାଣି, ବୃନ୍ଦାବନ ସେଠୀ ,ପ୍ରଧାନ ଶିକ୍ଷକ ଦିବାକର ସେଠୀ ଙ୍କୁ ନେଇ ଗଠିତ ବାଇକ ସ୍କ୍ବାଡ ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ତୁରୁମ , ସି.ଆର୍.ସି.ସି ଭଗବାନ ଭୂୟାଁ, ଭାସ୍କର ନାୟକ,ମନୋଜ ପାଳ ଓ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସେଠୀ ଙ୍କୁ ନେଇ ଗଠିତ ବାଇକ ସ୍କ୍ବାଡ ଗୋଲାପଡା ଉଚ୍ଚ ବିଦ୍ୟାଳୟ ଆଦି କୁ ପରିଦର୍ଶନରେ ଯାଇ କୋଭିଡ ଗାଇଡ ପାଳନ ସହ ପିଲାଙ୍କ ପାଠ ପଢାର ତଦାରଖ କରିଥିଲେ । ପ୍ରକାଶ ଥାଉ କି ରାଜ୍ୟ ସରକାରଙ୍କ ଏସ୍.ଓ.ପି ମାନି ଓ ଜିଲ୍ଲା ଶିକ୍ଷା ପ୍ରଶାସନର ଯୋଜନା ମୁତାବକ ଶିକ୍ଷାର୍ଥୀଙ୍କୁ ଶହେ ଦିନରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏଭଳି ବିଭିନ୍ନ ଅଭିନବ ଯୋଜନା ହାତକୁ ନିଆଯାଇଛି । ଶିକ୍ଷକଙ୍କ ଆବଶ୍ୟକତା ଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ବି.ଏ ବି.ଇଡି ଓ ବି.ଏସ୍.ସି ବି.ଇ.ଡି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତ କରି ଶତ ପ୍ରତିଶତ ପରୀକ୍ଷା ଫଳ ପାଇଁ ଯୋଜନା କରାଯାଉଛି
।