ସ୍ବାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ବାର୍ଷିକ ଉତ୍ସବ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା/ସୁବାସ ସାହାରେ :ବୁରୋମାଲ ବୁଡପଡା ଉପକଣ୍ଠରେ ଥିବା ସ୍ୱାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ୧୧ ତମ ବାର୍ଷିକ ଉତ୍ସବ ତଥ ସ୍ବାମୀ ବିବେକାନନ୍ଦଙ୍କ 158 ତମ ଜନ୍ମବାର୍ଷିକୀ  ତଥା ସ୍ୱାମୀ ବିବେକାନନ୍ଦ  ସମାଜକଲ୍ୟାଣ ସଂଘ ଅବସରରେ  ସ୍ଥାନୀୟ  ବୁରୋମାଲ ବୁଡ଼ା ପଡାଠାରେ  ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ  ଆୟୋଜନ କରାଯାଇଥିଲା l  ଯେଉଁଥିରେ ବୁଡାପଡା ପୋଖରୀ ଠାରୁ ଆରମ୍ଭ କରି  ଶ୍ରୀ ରାଧା ମାଧବ ମନ୍ଦିର ତଥା ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡରେ ବିଭିନ୍ନ ପ୍ରଜାତିର ପଚାଶରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ  ୨୧ ନମ୍ବର ୱାର୍ଡ ର  କାଉନସିଲର ତଥା ବରିଷ୍ଠ  ଆଡ଼ଭୋକେଟ ସିଆରାମ ଦାସ, ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟର  ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର, ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଜିଲ୍ଲା ସଂଯୋଜକ ଅଜିତ କୁମାର ରଥ, ବୁଡାପଡା ଗ୍ରାମର ନାଗରିକ  ହରିଶଙ୍କର ବୁଡ଼ା, ସ୍ୱାମୀ ବିବେକା ନନ୍ଦ ସମାଜକଲ୍ୟାଣ ସଂଘର ସଭାପତି ଶ୍ରୀ  ସୁରେନ୍ଦ୍ର  ମହାନନ୍ଦ ଙ୍କ ସମେତ   ଅନ୍ୟାନ୍ୟ ସଦସ୍ୟ ମାନେ  ଯୋଗ ଦେଇଥିଲେ  l   ଏହାପରେ  ସ୍ଥାନୀୟ  ଝଡ଼େଶ୍ୱରୀ ସ୍ୱତନ୍ତ୍ର  ବିଦ୍ୟାଳୟ ପ୍ରେକ୍ଷାଳୟ ରେ  କୋଭିଡ   ଗାଇଡ଼ ଲାଇନ ଅନୁସାରେ ଏକ ନୀଡାମ୍ବର ସ୍ମୃତି ସଭାର ଆୟୋଜନ କରାଯାଇ ଥିଲା ଏହି ସ୍ମୃତି ସଭାରେ  ବୁରୋମାଲ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟର ପ୍ରତିଷ୍ଠାତା ବିବେକା ନନ୍ଦ ମିଶ୍ର  ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ    ସମ୍ମାନିତ  ଅତିଥି ଭାବରେ ସମାଜ ସେବି ଶ୍ରୀ  ରାଜେଶ ପାଢ଼ୀ ୨୧ନମ୍ବର ୱାର୍ଡ ର କାଉନ  ସେଲର ଶ୍ରୀ  ସିୟା ରାମ  ଦାଶ ଓ ବୁଡ଼ାପଡା  ଗ୍ରାମ ର ଶ୍ରୀ  ହରିଶଙ୍କ ବୁଡା  ଓ  ମୁଖ୍ୟ ବକ୍ତା  ଭାବରେ  କବି ଶ୍ରୀ ନିକୁଞ୍ଜ ବିହାରୀ ମିଶ୍ର  ଯୋଗଦେଇଥିଲେ l  ମୁଖ୍ୟ ଅତିଥି  ଶ୍ରୀ  ମିଶ୍ର  ସମସ୍ତ  ଯୁବ ସମାଜକୁ ସ୍ୱାମୀ ବିବେକାନନ୍ଦ ଙ୍କର  ଆଦର୍ଶ କୁ   ନିଜ ଜୀବନ ରେ  ଗ୍ରହଣ କରି  ସମାଜକୁ  ଏକ ଆଦର୍ଶ ସମାଜ ଗଢି ସମଗ୍ର ମାନବ ସମାଜକୁ  ଏକ ନୂତନ ଚିନ୍ତାଧାରା ରେ  ଅନୁପ୍ରାଣିତ କରିବା ପାଇଁ ଯୁବ ସମାଜକୁ  ଆହ୍ୱାନ ଦେଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ସ୍ୱାମୀ ବିବେକାନନ୍ଦ ସମାଜକଲ୍ୟାଣ ସଂଘର  ସଭାପତି ସୁରେନ୍ଦ୍ର  ମହାନନ୍ଦ  ପରିଚାଳନା  କରିଥିବା ବେଳେ ସଂଘର  ସହ ସମ୍ପାଦକ   ନରେନ୍ଦ୍ର ହରିପାଳ ଧନ୍ୟବାଦ  ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମରେ  ସଂଘର ସଦସ୍ୟ  ଦୀପକ ଗର୍ଡିଆ, ରାଜେନ୍ଦ୍ର କାକ, ରାଜେଶ ବାଗ, ଖଗେଶ୍ୱର ବେସନ, ସୁନୀଲ ବାଗ ଓ  ଝଡ଼େଶ୍ୱରୀ ସ୍ୱତନ୍ତ୍ର  ବିଦ୍ୟାଳୟ ର  ଶ୍ରୀ  ଉପେନ୍ଦ୍ର  ଭଇଁଶା, ଗୋକୁଳ କିସାନ, କାନ୍ତା ନାୟକ, ରମିତା ସେଠ, ଲହିତା  ମରେଈ ଆଦି  ସହଯୋଗ କରିଥିଲେ l

0
0
0
s2sdefault