" ଶିବିର ଆୟୋଜନ କରି କୃଷକମାନଙ୍କର ସମସ୍ୟା ବୁଝନ୍ତୁ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଭାଗୀୟ ଅଧିକାରୀମାନଙ୍କୁ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ପରାମର୍ଶ 

ବରଗଡ (ଶାସକ ପ୍ରଶାସକ) :  ଓଡିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ବରଗଡ ଜିଲ୍ଲା ଗସ୍ତର  ଦ୍ଵିତୀୟ ଦିନରେ  ଜିଲ୍ଲାର ବରଗଡ ଓ  ବରପାଲି  ଅଞ୍ଚଳରେ  ଉଠା ଜଳସେଚନର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ପାଣି ପଞ୍ଚାୟତର କାର୍ଯ୍ୟକର୍ତ୍ତାନଙ୍କ ସହ ବୈଠକ କରିଥିଲେ ଓ  ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ତାଙ୍କର  ସୁଵିଧା ଅସୁବିଧା ବୁଝିଥିଲେ  |   ସେସବୁର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଚାଷୀଭାଇମାନେ ସେମାନଙ୍କର ସମସ୍ୟା ନେଇ  କାର୍ୟ୍ୟ।ଳୟକୁ  ଆସିବେ ନାହିଁ  ଓ   ଆବଶ୍ୟକତା ଅନୁଯାୟୀ  ଅଧିକାରୀମାନେ କ୍ୟାମ୍ପ କରି କୃଷକମାନଙ୍କ  ନିକଟରେ ପହଞ୍ଚିବା ଦରକାର ବୋଲି ଶ୍ରୀ ପତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଅଧିକ ସଂଖ୍ୟକ ଉଠାଜଳ ପ୍ରକଳ୍ପ  ଥିବାରୁ ଓ ଚାଷୀମାନଙ୍କ ଉତ୍ସାହ ଏବଂ ଅନୁରୋଧ କ୍ରମେ ସେ ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ବୃଦ୍ଧି କରି ତୃତୀୟ ଦିନରେ ଜିଲ୍ଲାର ଗାଇସିଲଟ , ପଦ୍ମପୁର , ପାଇକମାଲ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନପୂର୍ବକ ଚାଷୀମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ ।

ଚାଷୀମାନେ ଉଠାଜଳସେଚନ ପ୍ରକଳ୍ପରୁ ବହୁଳ ଭାବେ ଉପକୃତ ହେଉଥିବାରୁ ଏବଂ ଏହା ଯୋଗୁଁ  ସବୁ ଋତୁରେ ଅନ୍ୟାନ୍ୟ କିସମର ଚାଷ କରି ସେମାନେ ଲାଭବାନ ହେଉଥିବାରୁ ଜିଲ୍ଲାର କୃଷକମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପତ୍ରୀଙ୍କର ଏହି ପରିଦର୍ଶନ ସମୟରେ ଉଠାଜଳସେଚନ ନିର୍ବାହୀଯନ୍ତ୍ରୀ ସତ୍ୟନାରାୟଣ ତ୍ରିପାଠୀ, ଏସଡିଓ ବରଗଡ ସହଦେବ ସେଠୀ, ଏସଡିଓ ସୋହେଲା ବିଜୟ କୁମାର ଧର ଏବଂ ଏସଡିଓ ପଦ୍ମପୁର କିଶୋର ଚନ୍ଦ୍ର ମହାଳିକ  ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault