ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କ ମାଲକାନଗିରି ଜିଲ୍ଲା ୧ ଦିନିଆ ଗ୍ରସ୍ତରେ ଆସି ମାଲକାନଗିରି ସଦର ବ୍ଲକର ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ମାଲକାନଗିରି ପୌରପରିଷଦ ର ୮,୧୭,୧୮ ନମ୍ବର ୱାର୍ଡର ଆଶୀର୍ବାଦ କଲୋନୀ ,ବୁଟିଗୁଡା ,ବଣ୍ଡାବାକୁଳିଗୁଡା ଓ ନୂଆଁଗୁଡା ଗ୍ରାମରେ ପହଞ୍ଚି ଲୋକଙ୍କ ସହ ମିଶି ୱାର୍ଡ ସମସ୍ୟା ଓ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମାଲକାନଗିରି ପୌର ପରିଷଦରରେ ଥିବା ବାଲି ସାଗର ବନ୍ଧ ର ପୁନ୍ନଉଦ୍ଧାର ଓ ଅଲୋକୀକରଣ ବ୍ୟବସ୍ଥା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଆଲୋଚନା କରିଥିଲେ । ଏଥିରେ ଉପସ୍ଥିତ ଥିଲେ ପୂର୍ବତ୍ତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ,ପୂର୍ବତ୍ତନ ପୌର ଅଧ୍ୟକ୍ଷା ରାଜବନ୍ତ କୌର ,ବରିଷ୍ଠ ବିଜେଡି ନେତା ଗୋପାଳ ପଣ୍ଡା , ରାଜେନ୍ଦ୍ର ପଣ୍ଡା , ପ୍ରଭାକର ପ୍ରଧାନ ,ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି ,ଉପଦେଷ୍ଟା କେଶବ ନାୟକ ,ପୂର୍ବତ୍ତନ ପୌର ଉପାଧ୍ୟକ୍ଷ ମନୋଜ ବାରିକ ,ଯୁବ ନେତା ଶିବ ତ୍ରିପାଠୀ, ହୃଦାନନ୍ଦ ସାହୁ ,ଯୁବ ସଭାପତି ଆଡ଼ମା ରାବା , ଘର ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋଇ ,ଜଗବନ୍ଧୁ ପଢ଼ିଆରୀ ,ପ୍ରମୁଖଙ୍କ ସହ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରାଜ୍ୟ
ମାଲକାନଗିରି ସହରର ବିଭିନ୍ନ ୱାର୍ଡର ସମୀକ୍ଷା କଲେ ସାଂସଦ ରମେଶ ମାଝି ।
- Hits: 230
![](/images/January-21/IMG_20210113_194108.jpg)