କଟକ (ଶାସକ ପ୍ରଶାସକ ) କରୋନା ଆକ୍ରାନ୍ତ ହୋଇ ଦୀର୍ଘ ୨୦ ଦିନ ଧରି ସେ କଟକ ବଡ ଡାକ୍ତରଖାନାର କୋଭିଡ ହସ୍ପିଟାଲରେ ଚିକିତ୍ସିତ ରାଜୀବ ପରେ ଶେଷରେ ଆଖି ବୁଜିଦେଇଛନ୍ତି ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ| ବୁଧବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି। ପଦ୍ମଶ୍ରୀ ଶ୍ରୀ ରାଓଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖୋଳି ଯାଇଛି।
ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଗତ ୨୫ ତାରିଖରେ ଅସୁସ୍ଥ ହୋଇପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀଦଳ ଗଠନ କରାଯାଇଥିଲା | ସେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ଥିଲେ |
ଜଣେ ସରଳ ଓ ଆମୟିକ ମଣିଷ ଭାବେ ଜଣାଶୁଣା ଶ୍ରୀ ପ୍ରକାଶ ରାଓ ମାନବ ସେବାରେ ଆଜୀବନ ନିଜକୁ ସମର୍ପିତ କରିଦେଇଥିଲେ | ୨ ଶହରୁ ଅଧିକ ଥର ରକ୍ତଦାନ କରିଥିଲେ। କଟକ ବକ୍ସିବଜାରରେ ଚା ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ଡି. ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ବସ୍ତି ପିଲାଙ୍କ ପାଇଁ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ତାଙ୍କ ସେବା ପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।