ନବୀନଙ୍କ ପାଂଚ ଟଙ୍କିଆ ଆହାରକୁ ଟକ୍କର ଦେବ ମାଡାମଙ୍କ ଟଙ୍କିକିଆ ଅନ୍ନପୂର୍ଣ୍ଣା !
ଭୁବନେଶ୍ୱର: ଆଗକୁ ମହାନଗର ନିଗମ ନିର୍ବାଚନ | ଏଥିପାଇଁ ରାଜନୀତି ଜୋର ଧରିଥିବା ବେଳେ ସାଂସଦ ଅପରାଜିତା ଷଢଙ୍ଗି ମହାନଗର ନିର୍ବାଚନ ପୂର୍ବରୁ ସରକାରଙ୍କ ଉଦେଶ୍ୟରେ ମାରିଛନ୍ତି ଅନ୍ନପୂର୍ଣ୍ଣା ମହାବାଣ | ନବୀନ ବାବୁ ଗରିବ ଲୋକଙ୍କୁ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିଥିବା ବେଲେ ସହରର ବିଭିନ୍ନ ସ୍ଥାନରେ ଆହାର ନାରେ ୫ ଟଙ୍କିଆ ଭାତ ଡାଲମା କାର୍ଯ୍ୟକ୍ରମ କରିଛନ୍ତି | ତେଣୁ ନିର୍ବାଚନ ପୂର୍ବରୁ ରାଜଧାନୀର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସାଂସଦ ଅପରାଜିତା ସରକାରଙ୍କ "ଆହାର" କୁ ଟକ୍କର ଦେଇ ଆରମ୍ଭ କରିବାକୁ ଯାଉଛନ୍ତି ଅନ୍ନପୂର୍ଣ୍ଣା | ଆଗରୁ ଲୋକଙ୍କୁ ମାଗଣା ଖାଦ୍ୟ ଅନ୍ନପୂର୍ଣାରେ ଦେବାକୁ ଅପରାଜିତା ଘୋଷଣା କରିଥିବା ବେଲେ ଏବେ ସେଥିରେ ପରିବର୍ତ୍ତନ କରି ଅପରାଜିତା କହିଛନ୍ତି " ଅନ୍ନପୂର୍ଣ୍ଣା ମାଗଣା ନୁହେ, ଟଙ୍କାଏ ଦେବାକୁ ପଡିବ |" ସୂଚନାଯୋଗ୍ୟ ଯେ, ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁଆରି ୮ରେ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣାକୁ ଲୋକାର୍ପିତ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ବିଏମସିର ନୂଆ ବିଜ୍ଞପ୍ତି ଅନୁଯାୟୀ, ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟନ୍ତୁ । ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି । ଏପରି ନକଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱରକୁ ଭିକାରୀମୁକ୍ତ ବା ବାହାରେ ଖୋଲା ଆକାଶ ତଳେ ଆଶ୍ରୟ ନେଉଥିବା ଲୋକ ରୁ ମୁକ୍ତ ରଖିବା ପାଇଁ ପଦକ୍ଷେପ ଆରମ୍ଭ କରିଛି ବିଏମସି । ଭିକାରି ଓ ରାସ୍ତାକଡ ବାସହରାଙ୍କୁ ନେଇ ବିଏମସି ତାହାର ଆଶ୍ରୟ ସ୍ଥଳୀରେ ରଖୁଛି | ହେଲେ ରାସ୍ତାକଡ଼ର ବାସହରା ଓ ଭିକାରି ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନାହାନ୍ତି । ତେଣୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି କଡା କଟକଣା ଲଗାଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଉ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରେ ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ମାଗଣା ବଦଳରେ ୧ଟଙ୍କାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ ଘୋଷଣା କରିଛନ୍ତି । ହେଲେ ଅପରାଜିତାଙ୍କ ଏହି ନିର୍ବାଚନୀ ଚାଲ ସୂଚକ ଅନ୍ନପୂର୍ଣ୍ଣା ବାଣର ପ୍ରତି ଉତ୍ତରରେ ସରକାରଙ୍କ ପକ୍ଷରୁ କେଉଁ ବାଣ ଛଡାଯାଉଛି |