୨୫୦ପରିବାରଙ୍କୁ ୧ ନଳକୂଅ, ଯେତେ ପାଣି ପିଉଚ ପିଅ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩ବର୍ଷ ହେବ କାମରେ ଆସୁନି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସରକାର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଅନେକ ପ୍ରକଳ୍ପ ହୋଇଯାଉଛି l ଏହାର ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଖତ ଖାଉଛି l ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଗ୍ରାମରେ ଏହି ପ୍ରକଳ୍ପ ଉପରେ ଗ୍ରାମର ଅଧିକାଂଶ ପରିବାର ନିର୍ଭରଶୀଳ ଥିବାବେଳେ ଗ୍ରାମରେ ପାଣି ପାଇପ ଖରାପ ଓ ଏହାର ଟ୍ୟାପ୍ ଆଦି ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି l ନିମ୍ନମାନର କାମ ଯୋଗୁଁ ଟ୍ୟାପ୍ ଗୁଡ଼ିକ ଭାଙ୍ଗି ଯାଇଥିବାର ଗ୍ରାମବାସୀଙ୍କ ଅଭିଯୋଗ ହୋଉଛି l ସୂଚନାନୁଯାୟୀ ଲାଡ଼ ସ୍କୁଲ ପଡ଼ାରେ ବୋରିଂ ଖୋଲାଯାଇଛି l ଏହି ବୋରିଂରୁ ମାତ୍ର ୧/୩ ଟି ଟ୍ୟାପରୁ ପାଣି ବାହାରୁଛି l ଏକମାତ୍ର ନଳକୂପକୁ ହରଶ ପଡ଼ା,ଚମାର ପଡ଼ା,ବାଘ ପଡ଼ା,ଗଉଡ଼ ପଡ଼ା,ଗଣ୍ଡ ପଡ଼ା,ହରିଜନ ପଡ଼ା,କିସାନ ପଡ଼ା,ର ଲୋକମାନେ ପିଇବା ପାଣି ରୂପେ ବ୍ୟବହାର କରୁଛନ୍ତି l ଏହି ଗ୍ରାମରେ ପ୍ରାୟ ୧୫୦୦ ଜନସଂଖ୍ୟା ବିଶିଷ୍ଟ ଜନବସତିରେ ୩ବର୍ଷ ହେବ ଟ୍ୟାପ ଗୁଡ଼ିକୁ ମରାମତି ନକରିବାରୁ ପାନୀୟ ଜଳଯୋଗାଣ ବନ୍ଦ ହୋଇଯାଇଥିବାରୁ ଲୋକେ ନାହିଁ ନ ଥିବାର ହଇରାଣ ହେଉଛନ୍ତି l ଜଳ ଯୋଗାଣ ହେଉଥିବା ପମ୍ପ ହାଉସ ମୋଟର ଚାଲୁଛି l କିନ୍ତୁ ଗ୍ରାମର ସବୁ ଟ୍ୟାପରେ ପାନୀୟ ଜଳ ଯୋଗାଣ ହୋଇପାରୁନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି l ପାଣି ବାହାରୁ ନଥିବା ବିଷୟରେ ପଞ୍ଚାୟତରେ ଅନେକ ଥର କହିଥିଲେ ମଧ୍ୟ ଗ୍ରାମବାସୀଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି l ଏନେଇ ଆମେ ବକ୍ସମା ସରପଞ୍ଚଙ୍କୁ ପଚାରିବାରୁ ଲୋକଙ୍କ କହିବା ଅନୁସାରେ କିଛି ଲୋକଙ୍କ ଘରକୁ ପାଇପ ଯୋଗେ ପାଣି ନିଆଯାଉଛି ଏବଂ ଘରେ ପାଣି  ମଟର ରୁ ପାଣି ଟଣାଯାଉଥିବା ରୁ ପାଣି ବାହାରୁ ନଥିବା ସେ କହିଛନ୍ତି l ଏଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ଏହି ଅଞ୍ଚଳ ବାସୀଙ୍କୁ ଗ୍ରାମ୍ୟ ପାନୀୟଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

0
0
0
s2sdefault