ପଦ୍ମପୁର/ଶାସକ ପ୍ରଶାସକ : ପଦ୍ମପୁର ଉପଖଣ୍ଡ ବରିକେଲ ସମବାୟ ସମିତିର ଚାଷୀମାନେ ଆଜି ପଦ୍ମପୁର ନୁଆପଡା ରାଜରସ୍ତାର ବରିକେଲ ଠାରେ ଧାନ ବସ୍ତା ପକାଇ ଅବରୋଧ କରିଛନ୍ତି । ବରିକେଲ ଧାନ ମଣ୍ଡିରେ ପ୍ରାୟ ଆଠ ହଜାର ଧାନ ବସ୍ତା ପଡିରହିଛି । ଦୀର୍ଘ ଦିନ ଧରି ଚାଷୀ ବିକ୍ରି କରିବା ପାଇଁ ଆସୁଥିଲେ ମଧ୍ୟ ଧାନ ବିକ୍ରି କରି ପାରୁ ନାହାଁନ୍ତି । ଟ୍ୟାଗ ନ ଥିବା କାରଣରୁ ଧାନ ବିକ୍ରି ହୋଇପାରୁନାହିଁ ।
ଚାଷୀ ମାନେ ମାସମାସ ଧରି ଧାନ ମଣ୍ଡିରେ ବିକ୍ରି ପାଇ ଆଣିଥିଲେ ମଧ୍ୟ ବିକ୍ରି ହୋଇ ନ ପାରୀ ଟୋକନ ଉଡିଯାଉଛି । ଏହାର ପ୍ରତିବାଦରେ ଚାଷୀମାନେ ସମବାୟ ସମିତିର ତାଲା ଦେଇ ରାଜରାସ୍ତାରେ ଧାନ ପକାଇ ଅବରୋଧ କରିଛନ୍ତି । ଯାହାଦ୍ବରା ଉଭୟ ପାଶ୍ୱର୍ରେ ଶହଶହ ଗାଡି ଅଟକି ରହିଛି ।