ବରଗଡ :- ଆଜି ସକାଳ ପ୍ରାୟ ଦଶ ଘଣ୍ଟା ସମୟରେ ଝାରବନ୍ଧ ବ୍ଲକ ରେ BSSO ଭାବରେ କାର୍ଯରତ ଶ୍ରୀ ଟିକେଶ୍ୱର ପଟେଲ ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଅମ୍ଭୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି । ପ୍ରତକ୍ଷ ଦର୍ଶୀ ଙ୍କର ସୂଚନା ମୁତାବକ , ଶ୍ରୀ ପଟେଲ ପାଇକମାଲ ପଟୁ ଝାରବନ୍ଧ କୁ ଯାଉଥିବା ସମୟରେ ବୈଦପାଲି ଗ୍ରାମର ମାଣ୍ଡିଆଢିପା ଛକ ଠାରେ ଏକ କାଠ ବୋଝେଇ ଟ୍ରାକ୍ଟର ହଟାତ ରୋଡ଼ ଉପରକୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଖାଇ ବାଇକରୁ ପଡିଯିବା କାରଣରୁ ଶ୍ରୀ ପଟେଲ ଗୁରୁତର ଭାବରେ ଆହତ ହୋଇଥିଲେ ଓ ପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠେଇ ଦିଆ ଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଟି ତୁରନ୍ତ ସେହି ସ୍ଥାନରେ କାଠ ଖାଲି କରିଦେଇ ଫେରାର ହୋଇ ଯାଇଥିଲା । ଟ୍ରାକ୍ଟର ଟି ଜଣେ ସ୍ଥାନୀୟ ରାଜନୈତିକ ବ୍ୟକ୍ତିଙ୍କ ବୋଲି ଜଣା ପଡୁଛି ତେବେ ଦୁର୍ଘଟଣା ଘଟିଥିବା ସ୍ଥଳରୁ ପୋଲିସ ପହଂଚିବା ପୂର୍ବରୁ ଟ୍ରାକ୍ଟର ଗାୟବ ହେବା ଘଟଣା ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ ।
ରାଜ୍ୟ
ସଡକ ଦୁର୍ଘଟଣାରେ ଜଣେ ଗୁରୁତର, ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଫେରାର
- Hits: 1566