ଜାତୀୟ ଯୁବ ଦିବସ : ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ): ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଉପଲକ୍ଷେ ରାଜ୍ୟ ଯୁବକଲ୍ୟାଣ ପରିଷଦ ଏବଂ ରାଜ୍ୟ ରକ୍ତ ସଂଚାଳନ ପରିଷଦର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିା ବିଜୁ ପଟ୍ଟନାୟକ ରାଜ୍ୟ ଯୁବକଲ୍ୟାଣ ଭବନ ପରିସରରେ ଆୟୋଜିତ ଏହି ଶିବିରକୁ ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲୋ

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବକଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ, ହକି ପ୍ରମୋସନ କାଉନ୍ସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି , ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ. ମିନତୀ ବେହେରା, କ୍ରୀଡ଼ା ବିଭାଗ ଉପଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲୋ ଆଜିର ଏହି ଶିବିରରେ ମୋଟ ୧୦୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲାା 

 

0
0
0
s2sdefault