-
ଉଚ୍ଛେଦ ଦାବିରେ ବନ ସୁରକ୍ଷା ସମିତିର ରେଞ୍ଜ କଯ୍ୟାଳୟ ଘେରାଉ।
-
୧୮ ରେ ଜାତୀୟ ରାଜପଥ ଅବରୋଧ ସହ ଡିଏଫଓ ଅଫିସ ଘେରିବେ।
-
ମୁଖ୍ୟ ମନ୍ତ୍ରୀଙ୍କ ସମେତ ବନ ବିଭାଗୀୟ ମୁଖ୍ୟ ଅଧିକାରୀ, ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର।
ରେଢାଖୋଲ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅନ୍ତର୍ଗତ ଲଣ୍ଡାକୋଟ, ଗାଈଘାଟି, ରତାଖଣ୍ଡି ଓ ପଡ଼ିଆବାହାଳ ରେଞ୍ଜ ଅନ୍ତର୍ଗତ ପୁରୁଣାପାଣି ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ଦିନକୁ ଦିନ ଆନ୍ତ ରାଜ୍ୟ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ଏହି ଅନୁପ୍ରବେଶ କାରୀ ମାନେ ଜନ ବସତି କରିବା ସହ ସରଂକ୍ଷିତ ଜଙ୍ଗଲ ସବୁରୁ ମୂଲ୍ୟବାନ ଗଛ ସବୁ କାଟି ଚାଷ ଜମି କରୁଛନ୍ତି।ଏହି ଅନୁପ୍ରବେଶ କାରୀଙ୍କ ପାଇଁ ଉକ୍ତ ଅଞ୍ଚଳର ଜଙ୍ଗଲ ସବୁ ନଷ୍ଟ ହୋଇ ଗଲାଣି।ଏପରିକି ଅନୁପ୍ରବେଶ କାରୀଙ୍କ ପାଇଁ ଲୋକେ ଉକ୍ତ ଅଞ୍ଚଳରେ ରହିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ତେବେ ଏହି ଅନୁପ୍ରବେଶ କାରୀଙ୍କ ଉଚ୍ଛେଦ କରିବା ପାଇଁ ଅଞ୍ଚଳବାସୀମାନେ ବନ ବିଭାଗ, ରେଢାଖୋଲ ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ କିମ୍ବା ସୁଫଳ ମିଳୁ ନାହିଁ। ପ୍ରଶାସନ ଓ ବନ ବିଭାଗ ଅବହେଳା ତଥା ଉଦାଶିନତା କାରଣରୁ ଏହାର ସୁଯୋଗ ନେଇ ଘଞ୍ଚ ଜଙ୍ଗଲ ସବୁକୁ କାଟି ଜନ ବସତି, ଚାଷ ଜମି କରି ବଢ଼ାଇ ଚାଳିବାରେ ଲାଗିଛନ୍ତି। ହେଲେ ଦିନକୁ ଦିନ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ବଢୁ ଥିବାରୁ ଜଙ୍ଗଲ ସରକ୍ଷା ଓ ଅନୁପ୍ରବେଶ କାରୀଙ୍କୁ ଉଚ୍ଛେଦ କରା ଯିବାକୁ ନେଇ କିସିଣ୍ଡା ପଞ୍ଚାୟତର ବନ ସୁରକ୍ଷା ସମିତି ସଭାପତି ଶଙ୍କର ନାୟକଙ୍କ ଅଧ୍ୟକ୍ଷତାରେ ରବିବାର ଏକ ଜରୁରୀ ବୈଠକ ହେବା ସହିତ ଆଗାମୀ ଦିନରେ ଏକ ଆନ୍ଦୋଳନାତ୍ମକ ପନ୍ଥା କରିବା ପାଇଁ ନିଷ୍ପତ୍ତି ହୋଇ ଅଛି। କିସିଣ୍ଡା ପଞ୍ଚାୟତ ଅଞ୍ଚଳରେ ଥିବା ସରଂକ୍ଷିତ ଜଙ୍ଗଲ ମାନଙ୍କରେ ଝାରଖଣ୍ଡ ଅନୁପ୍ରବେଶ କାରୀ ମାନେ ଆଜକୁ ବର୍ଷେ କି ୨ ବର୍ଷ ନୁହେଁ ଆଜକୁ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ ହେଲା ଆସି ପ୍ରଶାସନ ଓ ଜଙ୍ଗଲ ବନ ବିଭାଗ ଅପାରଗତା, ଅବହେଳାରୁ ଏହି ଅନୁ ପ୍ରବେଶ କାରୀଙ୍କ କାୟା ବିସ୍ତାର ହେବାରେ ଲାଗିଛି। ଏହାକୁ ନେଇ କିସିଣ୍ଡା ପଞ୍ଚାୟତର ବନ ସୁରକ୍ଷା ସମିତି ପକ୍ଷରୁ ଏକ ବୈଠକ ହେବା ସହିତ ଗିରିଶ୍ଚନ୍ଦ୍ରପୁର ରେଞ୍ଜ କାର୍ଯ୍ୟାଳୟକୁ ଯାଇ ଅନୁପ୍ରବେଶ କାରୀଙ୍କୁ ଯଥା ଶୀଘ୍ର ଉଚ୍ଛେଦ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ରେଞ୍ଜ କାର୍ଯ୍ୟାଳୟକୁ ଘେରାଉ ମଧ୍ୟ କରା ଯାଇଥିଲା।ଏହାର ନକଲ କପି ମାନ୍ୟବର ମୁଖ୍ୟମନ୍ତ୍ରୀ, ପିସିସିଏଫ ଭୁବନେଶ୍ୱର, ସମ୍ବଲପୁର ଜିଲ୍ଲାପାଳ, ରେଢାଖୋଲ ଉପଜିଲ୍ଲାପାଳ, ଡିଏଫଓଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରେରଣ କରା ଯାଇ ଥିବା ଜଣା ଯାଇଛି। କରା ଯାଇ ଥିବା ବୈଠକରେ ହୋଇଥିବା ନିଷ୍ପତି ଓ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଝାରଖଣଣ୍ଡି ଅନୁପ୍ରବେଶ କାରୀଙ୍କୁ ହଟାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ଠାରେ ବହୁବାର ଜଣାଇ ଆସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଅସନ୍ତୋଷ ଦେଖା ଦେବା ସହ ଏହାକୁ ନେଇ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରୁ ଅନୁପ୍ରବେଶ କାରୀଙ୍କୁ ହଟାଇବା ଦାବିରେ ଆସନ୍ତା ୧୮ ତାରିଖ ଦିନ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥକୁ ରେଢାଖୋଲ ସ୍ଥିତ ଭୀମ ଭୋଇ କଲେଜ ଛକ ନିକଟରେ ଅବରୋଧ କରିବା ସହିତ ରେଢାଖୋଲ ଡିଏଫଓଙ୍କ କାର୍ଯ୍ୟାଳୟ ଘେରିବାକୁ ବୈଠକରେ ନିଷ୍ପତି ହୋଇଛି।ଅନ୍ୟ ମାନଙ୍କ ଦାବିପତ୍ର ପ୍ରଦାନ ବେଳେ ଓ ଏହି ବୈଠକରେ ବିପିନ ବିହାରୀ ପ୍ରଧାନ, ରୋହିତ କୁମାର ଭୋଇ, ନାରାୟଣ ନାୟକ, ପ୍ରମୋଦ କୁମାର ମାଝୀ ପ୍ରମୁଖ ପ୍ରାୟ ୪ ଶହ ପାଖାପାଖି ସଭ୍ୟ ଯୋଗ ଦେଇଥିଲେ।