ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ବରଗଡ ଜିଲ୍ଲା ଗସ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କ୍ଷେତ୍ର ପରିଦର୍ଶନ, ପ୍ରକଳ୍ପ ଉଦଘାଟନ ସହ କାର୍ଯ୍ୟ ସମୀକ୍ଷା 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ  ଚାରି ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମ ଦିନରେ ବରଗଡ଼ ଜିଲ୍ଲାରେ ପହଞ୍ଚି ବିଜେପୁର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଗ୍ରାମ ଠାରେ ଉଠା ଜଳସେଚନ  ନୂତନ ପ୍ରକଳ୍ପର ଉଦଘାଟନ କରିବା ସହ ଚାଷୀମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ସରକାରଙ୍କ  ପ୍ରତିବଦ୍ଧତାକୁ ଆହୁରି କାର୍ଯ୍ୟକ୍ଷମ ଓ ତ୍ୱରାନ୍ୱିତ କରିବା ନିମନ୍ତେ ସେ ତାଙ୍କର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ଯୋଗଦାନ ଅବସରରେ ଗୁରୁତ୍ଵ ଦେଇଛନ୍ତି ।

 ଆଜି ବରାମୁଣ୍ଡାଠାରେ  ଉଦଘାଟନ ଉତ୍ସବରେ ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ ଯୋଗଦାନ କରିବା ସହ ବିଜେପୁର ଅଞ୍ଚଳରେ ଉଠା ଜଳସେଚନ ନିଗମର କାର୍ଯ୍ୟକାରିତାରେ ସନ୍ତୋଷ ବ୍ୟକ୍ତ କରିବାସହ ନୂତନ ପ୍ରକଳ୍ପ ସମର୍କରେ ଆଲୋଚନା   କରିଥିଲେ । ଏହାପରେ  ଶ୍ରୀ ପତ୍ରୀ ସୋହେଲା ନିର୍ବାଚନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ଓ ରାଜ୍ୟ  ଶ୍ରମ, ଗ୍ରାମ୍ୟ ଉନ୍ନୟନ,ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ  ଶ୍ରୀ ସୁଶାନ୍ତ ସିଂହଙ୍କ ସହ ଭେଟି ଆଲୋଚନା କରିଥିଲେ । ଦ୍ଵିତୀୟାର୍ଦ୍ଧରେ ସେ ବରଗଡ଼ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ବୈଠକରେ  ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ୟ୍ୟ , ଅତାବୀରା ବିଧାୟିକାଙ୍କ ପ୍ରତିନିଧି  ଶ୍ରୀ ହରିଶଙ୍କର ବେହେରା ଓ ପଦ୍ମପୁର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଭୋଜରାଜ ସିଂ ବାରିହା  ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ବୈଠକରେ  ଉଠାଜଳସେଚନ ଅଧିକ୍ଷଣ ଯନ୍ତ୍ରୀ  ଅଞ୍ଜନ ନେଗି , ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ ଏବଂ  ଡିଭିଜନର ସମସ୍ତ ଉପଖଣ୍ଡ ଅଧିକାରୀ , ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ।  ଗସ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଶ୍ରୀ ପତ୍ରୀ, ଜିଲ୍ଲାର ଅନ୍ୟ ତିନୋଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି ।

ଏହାପରେ ପର୍ୟ୍ୟାୟକ୍ରମେ ସେ ତୃତୀୟ ଦିବସରେ ସୋନପୁର ଜିଲ୍ଲା ଓ ଚତୁର୍ଥ ଦିବସରେ ବୌଦ୍ଧ ଜିଲ୍ଲାରେ  ସମୀକ୍ଷା ବୈଠକ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବାର  କାର୍ୟ୍ୟକ୍ରମ ରହିଛି।

 

0
0
0
s2sdefault