ପଦ୍ମପୁର/ ଶାସକ ପ୍ରଶାସକ - ପାଇକମାଲ ଥାନା ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଗିରଫ ଦାବିରେ ପାଇକମାଲ ଥାନା ଘେରାଉ କରିଛି ବିଜେପି । ହତ୍ୟାକାଣ୍ଡ ଦୀର୍ଘ ସାତ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁରାଗ ପାଇ ପାରି ନାହିଁ । ପୋଲିସର କାଯ୍ୟରେ ଅବହେଲା ଓ ନିଷ୍କ୍ରିୟତା କୁ ବିରୋଧ କରି ନାବାଳୀକା ହତ୍ୟାକାରୀକୁ ଗିରଫ ଦାବିରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଶହ ଶହ ମହିଲା ଓ ପୁରୁଷ ଏକ ବିଶାଲ ରାଲିରେ ବାହାରି ପାଇକମାଲ ଥାନା ପରିକ୍ରମା କରି ପାଇକମାଲ ଥାନା ଘେରାଉ କରିଛନ୍ତି । ପାଇକମାଲ ଥାନା ଯୋଗେନ୍ଦ୍ରନାଥପୁର ଗ୍ରାମର ଜଣେ ନଅ ବର୍ଷୀୟ ନାବାଲିକା ରବିବାର ଦିନ ସନ୍ଧ୍ୟା ସମୟରେ ନିଖୋଜ ହୋଇଥିଲା । ଘର ଲୋକ ତଥା ସମ୍ପକୀୟ ବହୁ ଖୋଜାଖୋଜିପରେ ମଧ୍ୟ ପାଇନଥିଲେ ଏବଂ ସେମାନେ ପାଇକମାଲ ଥାନାରେ ତାଙ୍କ ଝିଅ ହଜିଯାଇଥିବା ଅବିଯୋଗ କରିଥିଲେ । ହେଲେ ତାର ପରଦିନ ଅର୍ଥାତ ସୋମବାର ସକାଲେ ଯୋଗେନ୍ଦ୍ରନାଥପୁର ଗ୍ରାମର ଗ୍ରାମ୍ୟ ଜଙ୍ଗଳରୁ ଗୋଟିଏ ଛୋଟ ଶିଶୁ କନ୍ୟାର କ୍ଷତବିକ୍ଷତ ମୃତ ଦେହ ପଡିଥିବା ଦେଖିବାକୁ ମିଲିଥିଲା । ଏ ବିଷୟରେ ପାଇକମାଲ ଥାନାକୁ ଖବର ଦେଲାପରେ ପୋଲିସ ପହଂଚିବା ଦେଖିବା ପରେ ଜଣା ପଡିଥିଲା କି ଏ ମୃତଦେହ ଟି ଉକ୍ତ ନାବାଳିକାର ଯିଏକି ରବିବାର ସନ୍ଧ୍ୟାରୁ ନିଖୋଜ ଥିଲା । ପରେ ସାଇନଟିଫିକ ଟିମ ଆସି ତଦନ୍ତ କରିଥିଲେ ଏବଂ ଶବ ବ୍ୟବଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ ଏବଂ ତଦନ୍ତ ଜାରିରଖିଥିଲେ ।
ଆଜିର ଏହି ଥାନା ଘେରାଉରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଝାରବନ୍ଧ ଜିଲ୍ଲା ପରିଷଦ କୁମୁଦିନି ସାହୁ, ଟେମରୀ ସରପଞ୍ଚ ନିରୁପମା ସିଂ,ବିଜେପି ନାରୀ ନେତ୍ରୀ ଜ୍ୟୋତ୍ସ୍ନାରାଣୀ କର ପ୍ରମୁଖ ନେତୄତ୍ବ ନେଇଥିଲେ ।