ପୋଲିସ ଧରିଲା ଖିଅ : ଗିରଫ କଲା ଝିଆରୀ ହନ୍ତା ଖୁଡ଼ିକୁ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ଡ ତଦନ୍ତରେ ପୋଲିସକୁ ସଫଳତା 

ବରଗଡ :-  ଗତ କିଛିଦିନ ଧରି ବରଗଡ଼ ପୋଲିସ ପାଇଁ ମୁଁଣ୍ଡ ବ୍ୟଥାର କାରଣ ପାଲଟି ଥିବା ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର  ନାବାଳିକା ହତ୍ୟା କାଣ୍ଡର ଖୁଲାସା କରିଛି ପୋଲିସ । ଆଜି ସନ୍ଧ୍ୟା ରେ ବରଗଡ଼ ଏସ୍ପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ହତ୍ୟାକାଣ୍ଡ ଓ ଅଭିଯୁକ୍ତା ବାବଦରେ ସୂଚନା ପ୍ରଦାନ କରିଥିଲେ । ପୋଲିସ ର ସୂଚନା ମୁତାବକ, ମୁତ ନବଳିକାର ପିତା  ରାଜେନ୍ଦ୍ର ପାଣ୍ଡେ ଏବଂ ତାଙ୍କ ଭାଇ ଶ୍ୟାମ ରଣା ପାଇକମାଲ,  ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁରରେ ନିଜର ପରିବାରର ଅନ୍ୟ ସଦସ୍ୟମାନଙ୍କ ନିକଟରେ ରହନ୍ତି। ରାଜେନ୍ଦ୍ର ପାଣ୍ଡେ ନିଜର ସ୍ତ୍ରୀ, ଆଠବର୍ଷର ଝିଅ (ମୃତ) ଓ ଚାରି ବର୍ଷର ପୁଅ ସହ ରହନ୍ତି। ଶ୍ୟାମ ରଣା ନିଜ ବାପା,ମା', ସ୍ତ୍ରୀ, (ଅଭିଯୁକ୍ତା) ଓ ଦେଢ଼ ବର୍ଷର ପୁଅ ସହ ରହନ୍ତି। ଅଭିଯୁକ୍ତାର ସ୍ବୀକାରୋକ୍ତି ଅନୁଯାୟୀ, ତାର ସ୍ବାମୀ, ଶ୍ବଶୁର ଓ ଶାଶୁ ଅଭିଯୁକ୍ତଙ୍କ ପୁଅକୁ ଅବହେଳା କରି ଝିଅଟିକୁ ବହୁତ ଭଲ ପାଉଥିଲେ ଓ ତାର ଅତ୍ୟଧିକ ଯତ୍ନ ନେଉଥିଲେ। ସେଥିପାଇଁ ସେ ଝିଅପ୍ରତି ଅନେକ ଈର୍ଷାପରାୟଣ ଥିଲା ଏବଂ ଝିଅକୁ ସବୁବେଳେ ଖରାପ ବ୍ୟବହାର ଦେଉଥିଲା। ଅଭିଯୁକ୍ତାର ଅଭିଯୋଗ ଅନୁଯାୟୀ ଝିଅଟି ଦୁଇମାସ ପୂର୍ବରୁ ତାଙ୍କ ଘରୁ ଟଙ୍କା ଚୋରି କରିଥିଲା ଓ ଏଥିପାଇଁ ସେ ଝିଅଟିକୁ ଗାଲିଗୁଲଜ କରିବା ସହ ତାକୁ ଚୋରଣୀ ବୋଲି କହିଥିଲା। ଏଥିପାଇଁ ତା ସ୍ବାମୀ ଓ ତା ଭିତରେ ଭୀଷଣ କଳି ହୋଇଥିଲା ଏବଂ ସ୍ବାମୀ ଅଭିଯୁକ୍ତାକୁ ଅପମାନିତ କରିଥିଲା। ସେହିଦିନଠାରୁ ଅଭିଯୁକ୍ତା ଝିଅଟିକୁ ଘୃଣା କରୁଥିଲା କାରଣ ସେ ଭାବୁଥିଲା ଝିଅଟି ପାଇଁ ତାର ସ୍ବାମୀ ତାକୁ ଘୃଣା କରୁଥିଲେ। ରାଗରେ ସେ ଝିଅଟି ଉପରେ ପ୍ରତିଶୋଧ ନେବାପାଇଁ ଗୋଟିଏ ସୁଯୋଗ ଖୋଜୁଥିଲା। ତା:03/01/21 ଦିନ ଝିଅଟି ୪ଟାରୁ ୪.୩୦ ଭିତରେ ତାଙ୍କ ଘରକୁ ଏକ କୁରକୁରେ ପ୍ୟାକେଟ ସହ ଆସିଥିଲା। ସ୍ବାମୀ ଓ ଶ୍ବଶୁର ଘରେ ଅନୁପସ୍ଥିତ ଥିଲେ ଏବଂ ଶାଶୁ ଶୋଇ ପଡ଼ିଥିଲେ। ଏହାକୁ ଏକ ସୁଯୋଗ ମନେ କରିଥିବା ଅଭିଯୁକ୍ତା ମନରେ ଅପରାଧ ମନୋଭାବ ଜାଗି ଉଠିଥିଲା। ଝିଅଟିକୁ ଗାଁ ପାଖରେ ଥିବା ଜଙ୍ଗଲକୁ ଝାଡ଼ା ଯିବା ପାଇଁ କହିବାରୁ ଝିଅଟି ରାଜି ହୋଇଥିଲା। ଗାଁ ବିଲରେ ଝାଡ଼ା ଫେରି ସାରିବା ପରେ ଝିଅଟିକୁ ଜଙ୍ଗଲକୁ ଡାକି ନେଇଥିଲା ।ସେଠାରେ ଝିଅଟି କୁରକୁରେ ଖାଇଥିଲା। ଏହାପରେ ସେ ପଛପଟୁ ଝିଅଟିର ମୁଣ୍ଡରେ କଂସା ବାଲଟିରେ ଆଘାତ କରିଥିଲା ଯାହା ଯୋଗୁଁ ଝିଅଟି ତଳେ ପଡ଼ି ଯାଇଥିଲା। ଏହାପରେ ସେ ଝିଅଟିକୁ ମାଡ଼ି ବସି ତାକୁ ପଥର ଦ୍ବାରା ଜୋରରେ ଆଘାତ ଦେଇଥିଲା। ଫଳରେ ଝିଅଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ରକ୍ତରେ ଜୁଡ଼ୁବୁଡ଼ୁ ପଥରଟିକୁ ସେ ଜଙ୍ଗଲରେ ଏବଂ କଂସା ବାଲଟିକୁ ନିଜ ରନ୍ଧାଘରେ ସେ ଲୁଚାଇ ରଖିଥିଲା।

କେବଳ ପାରିବାରିକ ହିଂସା ଓ କଳହ ପାଇଁ ଜଣେ  ମହିଳା କିଭଳି ଏମିତି ଜଘନ୍ୟ ଓ ଗୃନ୍ୟ ଅପରାଧ କରିପାରେ ତାହା ଏବେ ସମସ୍ତ ଙ୍କର ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ ପାଇକମାଲ ପୋଲିସ ଅଭିଯୁକ୍ତା କୁ କେଶ ନମ୍ବର 7/21 ଧାରା 302 ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।

0
0
0
s2sdefault