ନିଶା ବର୍ଜନ ପାଇଁ ୬୩ ବର୍ଷୀୟ ଅଭିରାମଙ୍କ ଝାରସୁଗୁଡାରୁ ପୁରୀ ପଦଯାତ୍ରା I

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ବର୍ତ୍ତମାନ ସମୟରେ ନିଶା ଖାଇ ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ବେଳେ ୬୩ ବର୍ଷୀୟ ଅଭିରାମ ଶତପଥୀ କିନ୍ତୁ ନିଆରା ଶୈଳୀରେ ଏହାକୁ ବିରୋଧ କରି ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ ହେବାରୁ ରୋକିବା ପାଇଁ ପ୍ରୟାସ କରିଛନ୍ତି I  ନିଶା ସେବନ ବର୍ଜନ କରିବା ଓ ସବୁଦିନ ବ୍ୟାୟାମ କରିବାକୁ ଆହ୍ବାନ ଦେଇ ନିଜ ଗାଁ ଝାରସୁଗୁଡ଼ା ଜିଲ୍ଲାର ଦୁର୍ଲଗା ଠାରୁ ପୁରୀ ଯାଏଁ ପଦଯାତ୍ରାରେ ବାହାରିଛନ୍ତି ଅଭିରାମ I ଅଭିରାମ ଗୁରୁବାର ସମ୍ବଲପୁର ପହଞ୍ଚି ଲୋକମାନଙ୍କୁ ବ୍ୟାୟାମ କରିବାକୁ ସଚେତନ କରିବା ସହ ନିଶା ସେବନକୁ ବର୍ଜନ କରିବା ପାଇଁ କହିଥିଲେ। ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ନିଜ ପଦଯାତ୍ରା ଶେଷ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି I

     

0
0
0
s2sdefault