ରମାକାନ୍ତ ବିଶ୍ବାଳ/ ସମ୍ବଲପୁର- କେନ୍ଦ୍ର ସରକାରଙ୍କ କୄଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଆନ୍ଦୋଳନ ଚଳାଇଥିବା ଚାଷି ଙ୍କୁ ସମ୍ବଲପୁର ଯୁବକଂଗ୍ରେସ ପକ୍ଷରୁ ସମର୍ଥନ ଜଣାଯାଇଛି । ସମ୍ବଲପୁର ଯୁବକଂଗ୍ରେସ ର ସଭ୍ୟ ମାନେ ସହରର ଗୋଲବଜାର ଛକ ଠାରେ ଏକତ୍ରିତ ହୋଇ ଚାଷି ଙ୍କୁ ସମର୍ଥନ ଜଣାଇବା ସହ କୄଷକ ମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନ କରି ଜୀବନ ହରାଇଥିବା ୬୦ ଜଣ କୄଷକ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିସହ ଜୀବନ ହରାଇଥିବା କୄଷକ ଙ୍କ ସୄତି ରେ ୬ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ପ୍ଳାବନ ବହିଦାର ,ଜିଲ୍ଲା କଂଗ୍ରେସ କମିଟି ସଭାପତି ଆସୁତୋଷ ସ୍ୱ।ଇଁ ଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।