ମାତ୍ର ୩ ଲକ୍ଷ ଟଂକାର ଗହଣା,୭ଟି ବ୍ୟାଙ୍କ ଏକାଉଣ୍ଟରେ ଅଛି ପ୍ରାୟ ୧.୩୦ କୋଟି ଟଙ୍କା
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବରୁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା ଆସିଛି ପଦାକୁ । ଏବେ ପବ୍ଲିକ ଡୋମେନରେ ସମସ୍ତଙ୍କ ଜାଣିବା ପାଇଁ ସୁଯୋଗ କେଉଁ ମନ୍ତ୍ରୀଙ୍କ ସମ୍ପତ୍ତି କେତେ | ୨୦୨୦ ମାର୍ଚ୍ଚ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର କେତେ ସମ୍ପତ୍ତି ଥିଲା, ତା’ର ତାଲିକା ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀଙ୍କର ୧୯୮୦ ମଡେଲର ଏକ ଆମ୍ବାସଡର କାର୍ ଅଛି । ସୁନାଗହଣା ଅଛି ମାତ୍ର ୨.୮୯ଲକ୍ଷ ଟଙ୍କାର | ଜନପଥ ଓ ଦିଲ୍ଲୀ ବ୍ୟାଙ୍କ ଅଫ ଇଣ୍ଡିଆରେ ନବୀନଙ୍କ ରହିଛି ୨ଟି ଆକାଉଣ୍ଟ । ବ୍ୟାଙ୍କ ଅଫ ଇଣ୍ଡିଆର ସେଭିଙ୍ଗ୍ସ ଆକାଉଣ୍ଟରେ ଅଛି ୧୬ ଲକ୍ଷ ୭୬ ହଜାର ଟଙ୍କା । ବ୍ୟାଙ୍କ ଅଫ ଇଣ୍ଡିଆରେ ଅଛି ୧ କୋଟି ୩ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଅଛି ୪ଟି ଷ୍ଟେଟବ୍ୟାଙ୍କ ଆକାଉଣ୍ଟ । ଭୁବନେଶ୍ୱର ସେଭିଙ୍ଗ୍ସ ଆକାଉଣ୍ଟରେ ୧୦ ଲକ୍ଷ ୫୬ ହଜାର ଟଙ୍କା ଥିବା ତାଲିକାରେ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ୨ଟି ଆକାଉଣ୍ଟ ରହିଛି ମୁଖ୍ୟମନ୍ତ୍ରୀଙ୍କର । ଦୁଇ ଆକାଉଣ୍ଟ ନିର୍ବାଚନ ପାଇଁ ଖୋଲାଯାଇଥିଲା । ୨୦୧୪ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୬ ହଜାର ୭୪୬ ଟଙ୍କା ଥିବା ତାଲିକାରେ ଉଲ୍ଲେଖ ହୋଇଛି । ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୧୩ ,୮୧୮ ଟଙ୍କା ଅଛି । ବରଗଡ଼ ପଦ୍ମପୁର ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଅଛି ୩୭,୨୨୩ ଟଙ୍କା । ସେଇଟା ବି ବିଜେପୁର ଭୋଟ ପାଇଁ ୨୦୧୯ ନିର୍ବାଚନ ବେଳେ ଖୋଲାଯାଇଥିଲା । ମାତାଙ୍କ ଠାରୁ ବି ଉତ୍ତରାଧିକାରରେ ମିଳିଛି ଫରିଦାବାଦରେ ୧୦.୭୫କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ୨୨.୭ ଏକର ଜମି ଓ କୋଠା । ମାତାଙ୍କ ଠାରୁ ବି ଉତ୍ତରାଧିକାରରେ ମିଳିଛି ନବୀନ ନିବାସର ଦୁଇ ତୃତୀୟାଂଶ | ୨୦୧୭ ମସିହାରେ ଯୋଇଥିବା ମୂଲ୍ୟାୟନ ଅନୁସାରେ ତାହାର ମୂଲ୍ୟ ୯, ୫୨,୪୬,୧୯୦ ଟଙ୍କା | ଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ବି ରହିଛି ସମ୍ପତ୍ତି , ଯାହାକି ପିତା ବିଜୁ ପଟ୍ଟନାୟକଙ୍କ ଠାରୁ ମିଳିଛି |୨୦୧୪ ମସିହାରେ ହୋଇଥିବା ଆକଳନ ଅନୁସାରେ ସେହି ସମ୍ପତ୍ତିର ମୂଲ୍ୟ ୪୩, ୩୬, ୧୮,୦୦୦ ଟଙ୍କା ହେବ |