-
୫-ଟି କାର୍ଯ୍ୟକ୍ରମ ଅଧୀନରେ ଏକାମ୍ର ଯୋଜନାରେ ଆରମ୍ଭ ହେଲା କାର୍ଯ୍ୟକ୍ରମ
-
ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମରେ ଯୋଗାଇଦେବେ ସହଯୋଗ ଆଇସିଟି -ଆଇଓସି
ବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏକାମ୍ର ଜୋଜନାରେ ବିନ୍ଦୁସାଗରର ପାଣିକୁ ସ୍ୱଚ୍ଛ କରିବା ପାଇଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି । ଦେଶର ସବୁ ତୀର୍ଥ ଜଳ ବିନ୍ଦୁସାଗରରେ ଏକାଠି ହୋଇଛି । ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର । ବିନ୍ଦୁସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ । ବିନ୍ଦୁ ସାଗର ଏକ ତୀର୍ଥ ପୁଷ୍କରିଣୀ ନୁହେଁ, ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ ସମ୍ପର୍କ ରହିଛି ବୋଲି ସେ କହିଥିଲେ । ତେଣୁ ଏହାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ , ଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର ଧାମ ଭୁବନେଶ୍ୱର କେବଳ ଏକ ମନ୍ଦିରମାଳିନୀ ନଗର ନୁହେଁ, ଏଠାରେ ଅନେକ ତୀର୍ଥ ପୋଖରୀ ମଧ୍ୟ ରହିଛି । ସେଗୁଡିକର ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ । ସେ ପୁଣି କହିଥିଲେ ଯେ, ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଛି । ତେଣୁ ଏକ୍ଷେତ୍ରରେ ଏକାମ୍ର ଅଞ୍ଚଳରେ ରହିଥିବା ୨୦ରୁ ଅଧିକ ଛୋଟ ବଡ଼ ତୀର୍ଥ ପୁଷ୍କରିଣୀର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ସ୍ୱଚ୍ଛ ଜଳ ହିଁ ସମୃଦ୍ଧ ଜୀବନ । ସମସ୍ତଙ୍କ ସହଯୋଗରେ ଆମର ରୂପାନ୍ତରର ଲକ୍ଷ୍ୟୂରଣ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆନ ଅଏଲ୍ କର୍ପୋରେସନ, ଇଣ୍ଡିଆନ କେମିକାଲ୍ସ ଇନଷ୍ଟିଚ୍ୟୁଟ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏକାମ୍ର ଯୋଜନା କାମକୁ ଆଗେଇ ନେବା ପାଇଁ ଏଏସଆଇ ତଥା ଭାରତ ସରକାରୂର୍ଣ୍ଣ ସହୋଗ ଯୋଗାଇ ଦେବେ । ଓଡ଼ିଆ ଜାତିର ଏ ମହାନ ଗୌରବକୁ ବିଶ୍ୱ ଦରବାରରେ ହଞ୍ଚାଇବା ପାଇଁ ସମସ୍ତେ ଏକାଠି କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ । ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ । ବିଜ୍ଞାନ, କାରିଗରୀ କୌଶଳ,ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେ ସମ୍ପର୍କରେ ବିଷଦ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରଶଂସା କରିଥିଲେ । ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ରଘୁନାଥ ମହାପାତ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଆଇଓସିଏଲର ଅଧ୍ୟକ୍ଷ ଓ ଆଇସିଟିର କୁଳପତି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ର୍କା୍ୟକ୍ରମରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଭୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆନ ଅଏଲ୍ କର୍ପୋରେସନ, ଇଣ୍ଡିଆନ କେମିକାଲ୍ସ ଇନଷ୍ଟିଚ୍ୟୁଟ ସହିତ ରାଜ୍ୟ ସରକାର ୨୦୨୦ ଜୁନ ମାସରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଇଣ୍ଡିଆନ କେମିକାଲ୍ସ ଇନଷ୍ଟିଚ୍ୟୁଟ ଦ୍ୱାରା ବିକଶିତ ହୋଇଥିବା ହାଇଡ୍ରୋ ଡାଇନାମିକ କ୍ୟାଭିଟେସନ ଟେକ୍ନଲୋଜି ଜରିଆରେ ତୀର୍ଥ ପୁଷ୍କରିଣୀଗୁଡିକର ଜଳ ସ୍ୱଚ୍ଛତା ରଖିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ | ଆଇସିଟି -ଆଇଓସି ପକ୍ଷରୁ ଏଥିପାଇଁ ହାଇଡ୍ରୋ ଡାଇନାମିକ ପମ୍ପ ନିୟୋଜିତ କରାଯିବ ।