ସର୍ବଭାରତୀୟ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲାର ଏକମାତ୍ର ମହାବିଦ୍ୟାଳୟ ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଚଳିତ ବର୍ଷ ନାମଲେଖା ବନ୍ଦ ହୋଇଯିବା ସଙ୍ଗେ ସଙ୍ଗେ ଜିଲ୍ଲାର ୬୪୨ ପ୍ରାଥମିକ ସ୍କୁଲରେ ସର୍ବନିମ୍ନ ଛାତ୍ର ସଂଖ୍ୟାର ଅଭାବ କାରଣ ଦର୍ଶାଇ ଚଳିତ ବର୍ଷ ଠାରୁ ଏଗୁଡିକୁ ବନ୍ଦ କରିଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତି ବିରୋଧରେ ଆଜି ସର୍ବ ଭାରତୀୟ ଶିକ୍ଷା ବଞ୍ଚାଅ କମିଟି(ଏଆଇଏସଇସି), ଡେମୋକ୍ରାଟିକ୍ ଟିଚରର୍ସ
ଅର୍ଗାନାଇଜେସନ(ଡ଼ିଟିଓ), ଅଲ୍ ଇଣ୍ଡିଆ ଡି.ଏସ୍.ଓ, ଅଲ୍ ଇଣ୍ଡିଆ ଡି.ୱାଇ.ଓ ପକ୍ଷରୁ ଆଜି ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁଁ ରାଜ୍ୟର ୧୪ ଟି ସରକାରୀ ଶିକ୍ଷକ ଟ୍ରେନିଂ କଲେଜରେ ସମୁଦାୟ ୨୨୩ ଜଣ ଶିକ୍ଷକ ପଦବୀରୁ ୧୮୮ଟି ପଦବୀ ଦୀର୍ଘ ଦିନ ହେବ ଖାଲି ପଡିଥିବା ବେଳେ ବାରିପଦାସ୍ଥିତ ଉକôଳମଣୀ ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ସମେତ ରାଜ୍ୟର ପ୍ରାୟ ସମସ୍ତ ୧୪ଟି ସରକାରୀ ଶିକ୍ଷକ ଟ୍ରେନିଂ କଲେଜରୁ ଜାତୀୟ ଶିକ୍ଷକ ଶିକ୍ଷା କାଉନ୍ସିଲ ଚଳିତ ବର୍ଷ ପ୍ରାରମ୍ଭରୁ ସହବନ୍ଧନ ପ୍ରତ୍ୟାହାର କରିନେବାରୁ ଉକ୍ତ କଲେଜ ଗୁଡିକରେ ଚଳିତ ବର୍ଷ ପାଇଁ ନାମଲେଖା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି । ଜିଲ୍ଲାରେ ଆଜି ଯେତେବେଳେ ଶହ ଶହ ଶିକ୍ଷକ ପଦବୀ ଖାଲି ପଡିଛି, ରାଜ୍ୟର ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ ରାଜ୍ୟରେ ସିଟ୍ ନପାଇ ଶହ ଶହ ସଂଖ୍ୟାରେ ବି.ଏଡ୍. କରିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଏହି ସମୟରେ ଏପରି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଆଜି ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକଟି ମଣିଷ ହୃଦୟଙ୍ଗମ କରିସାରିଛନ୍ତି ବୋଲି ବକ୍ତାମାନେ ଦୃଢ ମତ ପୋଷଣ କରିଥିଲେ । ଏହା ଛଡା ଛାତ୍ର ସଂଖ୍ୟା କମ ଥିବା ଦର୍ଶାଇ ମୟୂରଭଞ୍ଜ ଜିଲ୍ଲାରେ ୬୪୨ଟି ପ୍ରାଥମିକ ସ୍କୁଲଗୁଡିକୁ ବନ୍ଦ କରିଦେବାକୁ ସରକାର ନିଷ୍ପତି ନେଇଛନ୍ତି । ଜଙ୍ଗଲ ପାହାଡଘେରା ଏହି ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ବିଦ୍ୟାଳୟର ଆବଶ୍ୟକତା ରହିଛି । ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମକୁ ଯିବା ପାଇଁ ପାହାଡ, ଜଙ୍ଗଲ ନାଳ ଆଦି ପାର ହୋଇ ଯିବାକୁ ପଡୁଥିବା ବେଳେ ବନ୍ୟଜନ୍ତୁମାନଙ୍କର ମଧ୍ୟ ଭୟ ଅଛି । ସ୍କୁଲରେ ଆଜି କାହିଁକି ଛାତ୍ର ସଂଖ୍ୟା କମିଯାଉଛି ଓ ସେଥିପାଇଁ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବ, ଶିକ୍ଷକ ମାନଙ୍କୁ ପଠପଢା ଛଡା ଅନ୍ୟ ସରକାରୀ କାମରେ ନିଯୁକ୍ତ କରିବା, ଅଭିଭାବକମାନଙ୍କ ଆର୍ଥôକ ଅବସ୍ଥା କ୍ରମାଗତ ନିମ୍ନଗାମୀ ହେବା ଫଳରେ ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ବୃଦ୍ଧି ଆଦି ନାନାବିଧ ସମସ୍ୟା ମୁଖ୍ୟ କାରଣ ହୋଇଥିବା ସମୟରେ ସରକାରଙ୍କ ଏହି ନିଷ୍ପତି ଔଷଧ ନଖାଇ ତାଟିଆ କାମୁଡିବା ସଦୃଶ୍ୟ । ଏହା ଦ୍ୱାରା ଯେତିକି ବି ପିଲା ପାଠ ପଢୁଛନ୍ତି ସେମାନଙ୍କ ପୋଥିରେ ଡୋରୀ ବନ୍ଧା ଯିବ ସେଥିରେ କୌଣସି ସନେ୍ଦହ ନାହିଁ । ଏଣୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରାଯିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ସହିତ ଜିଲ୍ଲାର ଏକମାତ୍ର ସରକାରୀ ଶିକ୍ଷକ ଶିକ୍ଷା କଲେଜ ଉକôଳମଣୀ ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ସମେତ ସହବନ୍ଧନ ହରାଇଥିବା ରାଜ୍ୟର ସମସ୍ତ କଲେଜରେ ଅବିଳମ୍ବେ ଆବଶ୍ୟକ ଅଧ୍ୟାପକ ନିଯୁକ୍ତି ପ୍ରଦାନ, ସରକାରଙ୍କ ତରଫରୁ ଏନ୍.ସି.ଇ.ଟି. ସଙ୍ଗେ ଉଚ୍ଚସ୍ତରୀୟ କଥାବାର୍ତ୍ତା ମାଧ୍ୟମରେ ହରାଇ ଥିବା ସହବନ୍ଧନ ଫେରାଇ ଅଣାଯାଉ ଓ କରୋନା ପରିସ୍ଥିତି ପାଇଁ ସବୁ କ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରାଯାଉଥିବାରୁ ବିଳମ୍ବ ହେଲେ ମଧ୍ୟ ନାମଲେଖା ଆରମ୍ଭ, ବି.ଏଡ୍. ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା ଉକ୍ତ ଅଚଳାବସ୍ଥା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏଥି ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁÂାନ ପାଇଁ ବକ୍ତାମାନେ ଦୃଢ ଦାବୀ ଉପସ୍ଥାପନ କରିଥିଲେ । ଉକ୍ତ ବିକ୍ଷୋଭରେ ସମାବେଶରେ ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ, ଏ.ଆଇ.ଡି.ୱାଇ.ଓର ଜିଲ୍ଲା ସଭାପତି ପିତାମ୍ବର ନାଏକ ଓ ଲଳିତ ମହାନ୍ତ, ଏ.ଆଇ. ଡି.ଏସ୍.ଓର ଜିଲ୍ଲା ସଭାପତି ମଧୁସୁଦନ ନାଏକ ଓ ସୁଶାନ୍ତ ମୁର୍ମୁ, ଜିଲ୍ଲା ଶିକ୍ଷା ବଞ୍ଚାଅ କମିଟିର ସଭାପତି ପ୍ରଫୁଲ୍ଲ ମହାନ୍ତ, ନିଳାମ୍ବର ନାଏକ, ଡେମୋକ୍ରାଟିକ ଟିଚର୍ସ ଅର୍ଗାନାଇଜେସନ ଜିଲ୍ଲା ସଭାପତି କିଶୋର ମହାନ୍ତ ଓ ଅମିୟ ମହାନ୍ତ ଏବଂ ସର୍ବଭାରତୀୟ ଭାରତ ଶିକ୍ଷା ବଞ୍ଚାଅ କମିଟିର ଓଡିଶା ରାଜ୍ୟ କମିଟି ସମ୍ପାଦକ ରାଜେନ୍ଦ୍ର ବର୍ମ୍ମା ପ୍ରମୁଖ ନେତୃତ୍ୱ ନେଇଥିଲେ ।








