ହେଡଲାଇନସ୍:

ଖାଦ୍ୟବହ ନଳୀରୋଗକୁ ନେଇ ଆଲୋଚନା ଚକ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-06-18-Ayurbedic-Mahavidy.jpg - 49.49 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ଦିବ୍ୟା ପ୍ୟାଲେସ ହୋଟେଲ ସମ୍ମିଳନୀ କକ୍ଷରେ ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି ପକ୍ଷରୁ ଖାଦ୍ୟବହ ନଳୀରୋଗ ସମ୍ପର୍କୀତ ଏକ ଆଲୋଚନାଚକ୍ର ଅନୁଷ୍ଠାନର  ପ୍ରତିଷ୍ଠାତା ପ୍ରଫେସର ଡ଼ା. ଚତୁର୍ଭୁଜ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମରେ ବନାରସ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଫେସର ଡ଼ା. ପଦ୍ମଲୋଚନ ଶଙ୍ଖୁଆ, ଫାରୁକାବାଦ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଫେସର ଡ଼ା. ଶାନ୍ତନୁ କୁମାର ଦାଶ, ମୟୂରଭଞ୍ଜ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ଆଦିତ୍ୟ କୁମାର ପଣ୍ଡା, ଡ଼ା. ପ୍ରସନ୍ନ କୁମାର ପଟ୍ଟନାୟକ, ଡ଼ା ଅନ୍ନଦା ପ୍ରସାଦ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖାଦ୍ୟବହ ନଳୀରେ ଉତ୍ପତ୍ତି ହେଉଥିବା ବିଭିନ୍ନ ରୋଗର ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇ ଅମ୍ଳପିତ୍ତ, ପେଟଘା, ମଧୁମେହ, ମଳାଶୟ ରୋଗ, ଅର୍ଶ, ଭଗନ୍ଦର ଆଦି ରୋଗଗୁଡ଼ିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଡ଼ା. ବରୁଣ କୁମାର ଶତପଥୀ, ରବୀନ୍ଦ୍ର ନାଥ ଦାଶ, କ୍ଷୀରୋଦ ଚନ୍ଦ୍ର ମହାନ୍ତ, ସୁମନ୍ତ କୁମାର ବେହେରା ପ୍ରମୁଖଙ୍କ ସମେତ ବିଭିନ୍ନ ଆୟୁର୍ବେଦ ମହାବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶତାଧିକ ଡ଼ାକ୍ତର, ଆୟୁର୍ବେଦ ପ୍ରେମୀ ଉପସ୍ଥିତ ରହିଥିବା ବେଳେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ପୂର୍ବତନ ବିଜ୍ଞାନ ପରିଦର୍ଶକ ଅମିତାଭ ମିଶ୍ର, ମୟୂରଭଞ୍ଜ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟାପକ ଡ଼ା ପୁରୁଷୋତ୍ତମ ନାଥଙ୍କୁ ଅନୁଷ୍ଠାନ  ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଡ଼ା. ଅମ୍ବିକା ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପଶ୍ଚିମବଙ୍ଗ କଣ୍ଟାଇ ରଘୁନାଥ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ଦେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । 

0
0
0
s2sdefault