ହେଡଲାଇନସ୍:

ଅସହାୟ ଭିନ୍ନକ୍ଷମଙ୍କୁ ରେଡକ୍ରସ ପକ୍ଷରୁ ସହାୟତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-06-18-JAJ.jpg - 78.55 kB

ଯାଜପୁର (ଜୟଶଙ୍କର ଦାଶ):   ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବେଲପଡିଆ ଗ୍ରାମର ଚିନ୍ତାମଣି ଦାଶ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ଦୁର୍ଭାଗ୍ୟଙ୍କୁ ତାଙ୍କର ଛୋଟ ପୁଅ ଝିଅ ଦୁହିଁଙ୍କର ଦୁର୍ଘଟଣା ବଶତଃ ହାତ ମଧ୍ୟ ଭାଙ୍ଗିଯାଇଛି । ସମଗ୍ର ପରିବାରଟି ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ରଂଜନ କୁମାର ଦାସ ଚିନ୍ତାମଣିଙ୍କର ଦୁସ୍ଥ ଅବସ୍ଥା ଦେଖି ତୁରନ୍ତ ଦଶହଜାର ଟଙ୍କା ରେଡକ୍ରସରୁ ମଂଜୁର କରିଥିଲେ । ସେହିପରି ଚିନ୍ତାମଣିଙ୍କ ପତ୍ନୀ  ପିଲାମାନଙ୍କ ଦାୟିତ୍ୱ ଓ ପଢା ପାଇଁ ସମସ୍ୟା ହେଉଥିବା କହିଥିଲେ । ଜିଲ୍ଲାପାଳ ଶ୍ରୀ ଦାସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଡକାଇ ପିଲାମାନଙ୍କ ଥଇଥାନ ସଂପର୍କରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ  ଦେଇଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଚିନ୍ତାମଣିଙ୍କ ପରିବାର ସହ ଆଲୋଚନା କରି ଉଭୟ ଭାଇ ଭଉଣୀଙ୍କୁ ବାଳାଶ୍ରମରେ ରଖାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ । 

 

0
0
0
s2sdefault