ହେଡଲାଇନସ୍:

୨୦୨୧ ନବବର୍ଷର ପ୍ରଥମ ସକାଳ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଆଜି ହେଉଛି ଇଂରାଜୀ ନବବର୍ଷ ୨୦୨୧ । ତେବେ ଚଳିତ ବର୍ଷ ନବବର୍ଷ ପାଲନ  କୋଭିଡ ପାଇଁ ଫିକା ପଡିଯାଇଛି। ସରକାରୀ କଟକଣା ପାଇଁ ନବବର୍ଷ ଆୟୋଜନ ଉପରେ ରୋକ ଥିବାରୁ ସମ୍ବଲପୁର ବାସିନ୍ଦା ନିଜନିଜ ଘରେ ନବବର୍ଷ କୁ ସ୍ୱାଗତ କରିଥିଲେ ।  ସମ୍ବଲପୁର ସହର  ନବବର୍ଷ ର  ପ୍ରଥମ ଦିନ ସକାଳ ସମୟରେ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଲିଥିଲା । ସମ୍ବଲପୁର ସହରବାସୀ ନବବର୍ଷ ପ୍ରଥମଦିନ ଅଧିଷ୍ଠାତ୍ରୀ ଦେବୀ  ମାଁ ସମଲେଶ୍ବରୀ ଙ୍କ ଦର୍ଶନ କରି ମାଁ ଙ୍କ ଠାରୁ ଆର୍ଶିବାଦ ନେଇ ବର୍ଷ ର ଆରମ୍ଭ କରିଥାନ୍ତି । ତେବେ କୋଭିଡ କଟକଣା ପାଇଁ   ସହରବାସୀ ମାଁ ଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଥିବା ବେଳେ ମନ୍ଦିର ବାହାରେ ରହି ପ୍ରାର୍ଥନା କରିଥିଲେ । ଏଥିସହ ମହାମାରି କୋଭିଡ ରୁ ମାନବଜାତି କୁ ରକ୍ଷା କରିବା ପ୍ରାର୍ଥନା କରିଥିଲେ । 

           

0
0
0
s2sdefault