ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବା ପାଇଁ ଅନୁରୋଧ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାକୁ ଏକ ସମୟୋଚିତ ଅନୁରୋଧ ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା |
ଶ୍ରୀ ଦାସବର୍ମା କହିଛନ୍ତି ଯେ " ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆରାଧ୍ୟ ପିଠ ଶ୍ରୀକ୍ଷେତ୍ର ସାରା ବିଶ୍ୱ ପାଇଁ ଏକ ପବିତ୍ର କ୍ଷେତ୍ର ଏବଂ ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମ ପୀଠ | ଏହି ବିଶ୍ଵପ୍ରସିଦ୍ଧ ପବିତ୍ର ଧାମକୁ ସାରା ବିଶ୍ୱ ରୁ ତୀର୍ଥ ଯାତ୍ରୀ ମାନେ ବର୍ଷ ତମାମ ଆସିଥାନ୍ତି l ମହାପ୍ରଭୁ ଙ୍କ ରଥଯାତ୍ରା ବିଶ୍ଵପ୍ରସିଦ୍ଧ l ପୁରୀ ଶ୍ରୀକ୍ଷେତ୍ର ଠାରୁ ଅନତି ଦୂର ରେ ବିଶ୍ଵ ଏୈତିହ ସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କ ଓ ଏସିଆ ମହାଦେଶ ର ସର୍ବବୃହତ ହ୍ରଦ ଚିଲିକା,ରାମଚଣ୍ଡୀ- ଚନ୍ଦ୍ରଭାଗା, ବାଲିହରଚଣ୍ଡୀ, ଅଲାରନାଥ ଓ ମା କାଳିଜାଇ ମନ୍ଦିର ଓ ସିରୁଳୀ ମହାବୀର ଭଳି ଏୈତିହାସିକ ପିଠ ଅବସ୍ଥିତ ଲ ଆନ୍ତର୍ଜାତିକ ପରିବେଶ ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ପୁରୀ ବେଳାଭୂମି ବିଶ୍ଵ ପର୍ଯ୍ୟଟନ ର ସମସ୍ତ ମାନକ କୁ ପରିପୂରଣ କରୁଛି | ପୁରୀ ର ବେଳାଭୂମି ସହିତ ଅସ୍ତରଙ୍ଗ ରେ ଗଢିଉଠିବାକୁ ଯାଉଥିବା ବନ୍ଦର, ଉପକୁଳ ଜାତୀୟ ରାଜପଥ ଅର୍ଥନୈତିକ ବିକାଶ ରେ ସମସ୍ତ ସମ୍ଭାବନା ଭରି ରହିଛି ବୋଲି କହିଛନ୍ତି ଶ୍ରୀ ଦାସବର୍ମା |
ଶ୍ରୀ ଦାସବର୍ମା କହିଛନ୍ତି ଯେ " ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ପବିତ୍ର ଶ୍ରୀକ୍ଷେତ୍ର, ସ୍ଵର୍ଣ୍ଣାଭ ବେଳାଭୂମି,କୋଣାର୍କ, ଚିଲିକା ତଥା ପରିବେଶ ଓ ପର୍ଯ୍ୟଟନ ପାଇଁ ସମସ୍ତ ମାପଦଣ୍ଡ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ପୁରୀ ଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦାବି ପୁରୀ ତଥା ରାଜ୍ୟର ବିକାଶ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରୁଛି | ମୁଁ ମୁଖ୍ୟମନ୍ତ୍ରୀଙ୍କର ନୂଆବର୍ଷରେ ସମୟପଯୋଗୀ ପଦକ୍ଷେପକୁ ସ୍ୱାଗତ କରୁଛି l"
ସୂଚନାଯୋଗ୍ୟ ଯେ ଐତିହ୍ୟ ସହର ପୁରୀରେ 'ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର' ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏନେଇ ଜମି ଚିହ୍ନଟ ସହ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ବିଶ୍ୱର ୧୯୨ଟି ଦେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପାଳନ କରାଯାଉଛି। ଜଗନ୍ନାଥ ସଂସ୍କୃତିକୁ ଆହୁରି ପରିବ୍ୟାପ୍ତ କରିବା ସହ ଏହା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ|