ବଦଳିଲେ ପୁରୀ ଜିଲ୍ଲାପାଳ, ବଳବନ୍ତଙ୍କ ବଦଳରେ ସମର୍ଥ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ଅଫିସର ସ୍ତରରେ କରିଛନ୍ତି ଅଦଳବଦଳ | ଓଏମସି ଏମଡି ତଥା କ୍ରୀଡା ନିର୍ଦ୍ଦେଶକ ଥିବା ବରିଷ୍ଠ ଆଇଏଏସ ଅଫିସର ଶ୍ରୀ ଭିନୀଲ କ୍ରୀଷ୍ଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି | ସେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ | ସେହିପରି ବଦଳିଲେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ | ତାଙ୍କ ସ୍ଥାନରେ ପୁରୀଜିଲ୍ଲାପାଳ ଭାବେ ଆସିଛନ୍ତି କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଥିବା ସମର୍ଥ ବର୍ମା | ବଳବନ୍ତଙ୍କୁ ଭିନୀଲ କ୍ରୀଷ୍ଣଙ୍କ ସ୍ଥାନରେ ଓଡିଶା ଖଣି ନିଗମର ଏମଡି ଭାବେ ନିଯୁକ୍ତି ଦିଆଯାଇଛି | ଭୁବନେଶ୍ୱର ସ୍ୱତନ୍ତ୍ର ଏଡ଼ିଏମ ଥିବା ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ମିଳିଛି | ସେହିପରି ରାୟଗଡା ପିଡି ଡିଆରଡିଏ ଥିବା ଅମୃତ ଋତୁରାଜଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି ସାଦିକ ଆଲାମଙ୍କୁ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ଶିଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି | ଖୋର୍ଧାର ସ୍ୱତନ୍ତ୍ର ଏଡ଼ିଏମ ବିଶାଳ ସିଂଙ୍କୁ ଯାଜପୁର ପିଡି ଡିଆର୍ଡିଏ ଭାବେ ବଦଳି କରାଯାଇଛି | ଜଗତସିଂହପୁର ଜିଲ୍ଲାପାଳ ଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ରାୟଗଡା ଜିଲ୍ଲାପାଳ ଥିବା ପ୍ରମୋଦ କୁମାର ବେହେରାଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଜାଇଛି |








