ହେଡଲାଇନସ୍:

ବୟସ୍କ ଲୋକଙ୍କ କଷ୍ଟ ଦେଖି ନିଜ ଅସୁସ୍ଥତା ଭୁଲିଗଲେ ବିଧାୟକ ବିଜୟ ରଞ୍ଜନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଗ୍ରାମ ଗୁଡିକରେ ବର୍ତମାନ ପ୍ରବଳ ଶୀତ ହେଉଛି । ଏହି ପ୍ରବଳ ଶୀତରେ ମୁଖ୍ୟତଃ ବୟସ୍କ ଲୋକଙ୍କ ପାଇଁ ଅନେକ ଅସୁବିଧା ହେଉଛି । ଗରିବ ଶ୍ରେଣୀର ଲୋକ ଶୀତ ବସ୍ତ୍ରର ଅଭାବ କାରଣରୁ ନିଆଁ ଜାଳି ନିଜକୁ ଶୀତ ଦାଉରୁ ରକ୍ଷା କରିବାର ଚେଷ୍ଟା କରୁଛନ୍ତି ।

ଆଜି ନବବର୍ଷର ପ୍ରଥମ ଦିନରେ ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ଏହି ଅଂଚଳର ଗ୍ରାମାଞ୍ଚଳରେ ବାସ କରୁଥିବା ବୟସ୍କ ମାନଙ୍କର କଷ୍ଟକୁ ଅନୁଭବ କରି ଆଜି ପାଇକମାଲ , ଖଣ୍ଡିଝରଣ , ସାଲେପାଲି , କେଛୋମାଲ , ଅଞ୍ଚଳର ବୟସ୍କ ମାନଙ୍କୁ କମ୍ବଳ ସହିତ ନୂତନ ଶାଢ଼ୀ ଓ ଧୋତି ବଣ୍ଟନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଧାୟକ ବିଗତ କିଛିଦିନ ହେଲା ନିଜେ ଅସୁସ୍ଥ ଅଛନ୍ତି । ଆଜି ସକାଳୁ ତାଙ୍କର ଅସୁସ୍ଥତା ଅନେକ ପରିମାଣରେ ବୃଦ୍ଧି ପାଇଥିବା ଜଣା ପଡୁଥିଲା । ତଥାପି ବୟସ୍କ ଲୋକଙ୍କ ପାଖକୁ ଆସି ତାଙ୍କର ସହିତ ଆଳାପ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ବିଧାୟକ ପ୍ରତିନିଧି ଶ୍ରୀ ହୃଦାନନ୍ଦ ବାରିକ , ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault