ହେଡଲାଇନସ୍:

ରକ୍ତତୀର୍ଥ କୁଦୋପାଲିରେ ଶହୀଦ ମାନଙ୍କୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ I

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ଓଡିଶାର ରକ୍ତତିର୍ଥ କୁହାଯାଉଥିବା ସମ୍ବଲପୁର କୁଦୋପାଲିରେ ୧୮୫୭  ମସିହା ଡିସେମ୍ବର ୩୦ ତାରିଖ ରେ ପୁଷପୁନୀ ଅବସରରେ ଶହୀଦ ହୋଇଥିବା ୫୮  ଜଣ ସଂଗ୍ରାମୀ ମାନଙ୍କୁ ବୁଧବାର ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଦିନ ଇଂରେଜ ମାନଙ୍କ ଆକ୍ରମଣ ରେ ସୁରେନ୍ଦ୍ର ସାଏ ଙ୍କ ଭାଇ ଛବିଳ ସାଏ ଙ୍କ ସମେତ ୫୩ ଜଣ ଶହୀଦ ହୋଇଥିଲେ । ଘଟଣାରେ ଧରାପଡି ଚାରି ଜଣ ଫାଶୀ ପାଇଥିବା ବେଳେ ଜଣେ ଇଂରେଜ ସୈନ୍ୟ କୁ ମଧ୍ୟ ଫାଶୀ ଦିଆଯାଇଥିଲା । କୁଦୋପାଲି ଘାଟୀ ଘଟଣା ରେ ରକ୍ତ ରଂଜିତ ହୋଇଯାଇଥିଲା। ସଂଗ୍ରାମୀ ମାନଙ୍କ ବଳିଦାନରେ ଦେଶ ସ୍ଵାଧୀନ ହୋଇଛି । ତେବେ ସମ୍ବଲପୁର ମହାନଗର ଭିତରେ ରହିଥିବା ସତ୍ତ୍ୱେ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ପ୍ରଶାସନ କିମ୍ବା ମହାନଗର ନିଗମ ପକ୍ଷରୁ କୌଣସି ବ୍ୟବସ୍ଥା ନ କରିବା ଦୁର୍ଭାଗ୍ୟ ର ବିଷୟ । ସରକାର ମହାପୁରୁଷ ମାନଙ୍କ ସ୍ମୃତି ର ସୁରକ୍ଷା ପାଇଁ ଘୋଷଣା କରିଛନ୍ତି । ମାତ୍ର ସମ୍ବଲପୁର ରେ ମହାନ୍ ସଂଗ୍ରାମୀ ମାନଙ୍କ ବଳିଦାନ କୁ ମନେ ପକାଇବା ପାଇଁ ପ୍ରଶାସନ ର ଆନ୍ତରିକତା ନ ରହିବା ଘଟଣାକୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ସମ୍ବଲପୁର ମହାନଗର ର ଏକ ପ୍ରମୁଖ ଛକ ଭାବରେ ସିନ୍ଦୁରପଙ୍କ ଛକକୁ ଶହୀଦ ଛବିଳ ସାଏ ଙ୍କ ନାମରେ ନାମିତ କରିବାକୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଦାବୀ କରାଯାଇଛି । ଏହାସହ କୁଦୋପାଲି ଘାଟିରେ ସ୍ମୃତି ର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମଂଚ ପକ୍ଷରୁ ଦାବି କରାଯାଇଛି । ପଶ୍ଚିମାଞ୍ଚଳ ଏକତା ମଂଚ ଆବାହକ ଭବାନୀଶଙ୍କର ଭୋଇ ଙ୍କ ସଭାପତି ତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ଡ.ପ୍ରମୋଦ ରଥ, କଲ୍ପନା ମିଶ୍ର ,ପଙ୍କଜିନୀ ମେହେର , ଦେବାଶିଷ ବେହେରା ,ଅଭିଷେକ ମହାରଣା ,କାନ୍ତିମେହେର୍ ,ଶଙ୍କର ମେହେର ,ଆଭାସ୍ ପଣ୍ଡା ,ରାହୁଲ୍ ଗୁପ୍ତା ,ଚୂଡାମଣି ମହାପାତ୍ର ,ପ୍ରଫୁଲ୍ଲ ଭୋଇ ,ତରଣୀ ସେଠ୍ ପ୍ରମୁଖଙ୍କ ସହ କୁଦୋପାଲି ଗ୍ରାମବାସୀ ସାମିଲ ହୋଇଥିଲେ I

0
0
0
s2sdefault