ହେଡଲାଇନସ୍:

ବସିଆପଡ଼ା ରେ ବାଏଫର ସ୍ୱାସ୍ଥ୍ୟ ଶିବିର ୧୫୦ଜଣଙ୍କୁ ମାଗଣା ଚିକିତ୍ସା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  ଯୁଯୋମୁରା ବ୍ଲକ ବସିଆପଡ଼ା ରେ ବାଏଫର ଏକ  ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି I ଏହି ସ୍ୱାସ୍ଥ୍ୟ ଶିବରରେ ୧୫୦ ଜଣ ରୋଗିଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I ବସିଆପଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶିବରରେ ଡାକ୍ତର ରାଜାରାମ ଷଡଙ୍ଗୀ ରକ୍ତଚାପ,ତାପମାତ୍ରା ଓ ରକ୍ତ ଶର୍କରା ପରୀକ୍ଷା କରାଇ ୧୫୦ ଜଣଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ ।ଏମସିଏଲ ସହାୟତାରେ ବାଏଫ ପକ୍ଷରୁ ଅନୁଷ୍ଠିତ ଶିବିରକୁ ବାଏଫର ଜେଡିପିଓ ସ୍ମିତାରାଣୀ ପଟ୍ଟନାୟକ ପରିଚାଳନା କରିଥିବା ବେଲେ ସିଆରପି ରାଜୀନ ମୁଣ୍ଡା ଓ କୈଳାସ ଚନ୍ଦ୍ର ସେଠ ଏଥିରେ ସହଯୋଗ କରିଥିଲେ । ସକାଳ ୧୧ଟ‍Iରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶିବିରକୁ ଅଞ୍ଚଳର ଟେକମଣି ପ୍ରଧାନ ପ୍ରମୁଖ ନେତୃତ ରେ କରାଯାଇ ଥିବା ବେଲେ  ବାଏଫର ଏହି  ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳ ରେ ଉଚ୍ଚ ପ୍ରଶଂସା କରାଯାଉଛି I

0
0
0
s2sdefault