ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ସମ୍ବଲପୁରୀ ଭାଷା ସଂସ୍କୃତି ର ପେହେଚାନ ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କର ପୁଣ୍ୟ ତିଥି ରେ ଗୁରୁବାର ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଜେଲ ଛକ ସ୍ଥିତ ଜ୍ୟୋତି ଭବନ ଠାରେ ଅନୁଷ୍ଠାନ ର ଆବାହକ ଭବାନୀଶଙ୍କର ଭୋଇ ଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ରେ ବହୁ ସମ୍ବଲପୁରୀ କବି କବିତା ମାଧ୍ୟମରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ପଶ୍ଚିମାଞ୍ଚଳ ଏକତା ମଂଚ ର କାର୍ଯ୍ୟକ୍ରମ ସଂଯୋଜିକା ଗୀତା ରାଣୀ ପଣ୍ଡା ସଭାପତିତ୍ବ କରିଥିଲେ । ଏହି ଅବସରରେ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ପାଇଁ ସମ୍ବଲପୁରୀ ଟିଭି କୁ ଲୋକାର୍ପିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଭାରତୀ ପଣ୍ଡା, ପଙ୍କଜିନୀ ନାୟକ ,ଅର୍ଜୁନ ମେହେର ,ଆଭାସ୍ ପଣ୍ଡା , ଶିବଶଙ୍କର ପ୍ରଧାନ,ଲକ୍ଷ୍ମୀ ନାରାୟଣ ପଣ୍ଡା,ପ୍ରଦୀପ ପାଣିଗ୍ରାହୀ,ସରୋଜ ସାହୁ,ବଟକୃଷ୍ଣ ସାହୁ,ରବିନାରାୟଣ ନନ୍ଦ,ସୁଶିଲ ସାହୁ ,କଲ୍ପନା ମିଶ୍ର ,ଦେବାଶିଷ ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଏହି ଅବସରରେ ସମ୍ବଲପୁରୀ ସାହିତ୍ୟକୁ ଡିଜିଟାଲ ମାଧ୍ୟମରେ ଅଧିକ ପ୍ରଚାର ପ୍ରସାର ପାଇଁ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ଆୟୋଜନ ରେ କାନ୍ତି ମେହେର୍ ,ରାହୁଲ୍ ଗୁପ୍ତା, ସୁଦାମ ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପଶ୍ଚିମାଞ୍ଚଳ ଏକତା ମଂଚ ର ଭାଷା ସାହିତ୍ୟ ସଂଯୋଜିକା ପଂକଜିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ପୁଣ୍ୟ ତିଥି ରେ "ସମ୍ବଲପୁରୀ ଟିଭି" ଲୋକାର୍ପିତ I
- Hits: 254