ହେଡଲାଇନସ୍:

ଚୋଚଲା ଜଳାଶୟ, ବିପଦରେ ବନ୍ୟଜନ୍ତୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

04-06-18-hati.jpg - 79.52 kB

ପଦ୍ମତୋଳା ଅଭୟାରଣ୍ୟ ଛାଡି  ଗାଁ ମୁହାଁ ବନ୍ୟଜନ୍ତୁ

ହରଭଙ୍ଗା, ବୌଦ୍ଧ ( ସିମୁନ୍ ନାଏକ ); ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅଂଚଳରେ ଦିନକୁ ଦିନ ତାତି ଅସହ୍ୟ ହେଉଥିବାରୁ ସାଧାରଣ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଏହି ଅଂଚଳରେ ତାପମାତ୍ରା ୪୨ ଡିଗ୍ରୀ ଟପିଲାଣି । ନଳକୁପ ଗୁଡିକରୁ ପାଣି ବାହାରୁ ନଥିବା ବେଳେ ନାଳ, ବନ୍ଧ, ପୋଖରୀ ସବୁ ସୁଖି ଗଲାଣି । ଘଂଚ ଜଙ୍ଗଲ ମଧ୍ୟରେ ଥିବା ଜଳ ଉତ୍ସ ଗୁଡିକ ସୁଖିଯାଉଥିବା ବେଳେ ଏବେ ଜଙ୍ଗଲରେ ଅନବରତ ନିଆଁ ଲାଗି  ବ୍ୟାପି ଚାଲିଥିବା ବେଳେ ଅଭୟାରଣ୍ୟ ଭିତରୁ ଜୀବଜନ୍ତ ପାଣି ପାଇଁ  ଏବେ ଗାଁ ମୁହାଁ ହୋଇ କେତେ ଶିକାରିଙ୍କ ହାବୁଡରେ ପଡି ଶିକାର ହେଉଛନ୍ତି । ଏବେ ପାହାଡି ତଳି ଗାଁ ଗୁଡିକରେ ଅବାଧ ପଷୁ ଶିକାର ହେଉଛି । ଯଦିଓ ମୌସୁମୀ ମୁଣ୍ଡ ଉପରେ ତଥାପି  ଖରାର ପ୍ରକୋପ କାରଣରୁ ପଦ୍ମତୋଳା ଅଭୟାରଣ୍ୟ ମଧ୍ୟରେ ଜଳାଭାବ ସୃଷ୍ଟି ହୋଇଛି । ନୟାଗଡ ବନ୍ୟପ୍ରାଣୀ ଡିଭିଜନର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର କୁଶଙ୍ଗ ଠାରେ ବନ୍ୟପ୍ରାଣୀ ରେଂଜ କାର୍ଯ୍ୟଳୟ ଅଧିନରେ ଥିବା ପଦ୍ନତୋଳା ଅଭୟାରଣ୍ୟ, ସାତକୋଷିଆ ମଧ୍ୟରେ ଥିବା ବିରଳ ଜୀବଜନ୍ତୁଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଇଥିଲେ ବି ତାହା ନକରିବା ସଙ୍ଗେ ସମାନ । ଲକ୍ଷ ଲକ୍ଷ ଟଙ୍କାରେ ପ୍ରାଣୀଙ୍କ ପାଇଁ ଅଭୟାରଣ୍ୟ ମଧ୍ୟରେ ପୋଖରୀ ଖନନ ବ୍ୟବସ୍ଥା କରାଯାଇଥିଲେ ବି ଏବେ ଏବୁଡିକ ଶୁଷ୍କ ବା ଚୋଚଲା ହୋଇ ପଡି ରହିଥିବା ଦେଖିବାକୁ ମିଳିଛି । ଫଳରେ ବର୍ତ୍ତମାନ ଜଙ୍ଗଲରେ ବିଚରଣ କରୁଥିବା ପ୍ରାଣୀଙ୍କ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ସେହିପରି ବୌଦ୍ଧ ବନଖଣ୍ଡ ବିଭାଗର ପୁରୁଣାକଟକ ବନାଂଚଳ ଅଧିନରେ ଥିବା ଗ୍ରାମ୍ୟଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସବୁଆଡେ ଜଳସଙ୍କଟ ଅବସ୍ଥା ବିଶେଷ କରି ଆଡିପଦର, ବାଇଶପଡା, ମୁକ୍ତେଶ୍ୱର ଜଙ୍ଗଲ ଏବଂ ମାଧପୁର ବନାଂଚଳ ର ସମସ୍ତ ଜଙ୍ଗଲ ଅଂଚଳରେ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ପୋଖରୀ ଖନନ କରାଯାଇଥିଲା ହେଲେ ଏବେ ସେହି ପୋଖରୀ ଗୁଡିକରେ ପାଣି ନାହିଁ । ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଖର୍ଚ୍ଚ କରି ପୋଖରୀ ଖନନ କରାଯାଇଥିବା ଅଭିଯୋଗ ହେଉଛି । ଏହି ପୋଖରୀ ଖନନ କାର୍ଯ୍ୟ ଠିକ୍ ଭାବରେ ହୋଇନଥିବାରୁ ପାଣି ଟିକେ ରହୁନାହିଁ । ଫଳରେ ଜୀବଜନ୍ତୁ ମାନେ ପଣି ନପାଇ ଜନବସତି ମୁହାଁ ହେବା ସହ ଅନେକ ସମୟରେ ଶିକାର ହାବୁଡରେ ଶିକାର ହାବୁଡରେ ପଡୁଥିବା ଦେଖିବାକୁ ମିଳୁଛି । 

          ନୟାଗଡ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାସ୍ ସୂଚନା ଦେଇ କହିଛନ୍ତି ଯେ ବନ୍ୟଜନ୍ତୁଙ୍କ ତୃଷ୍ନା ନିବାରଣ ପାଇଁ ୨୦୧୬-୧୭ ଅର୍ଥିକ ବର୍ଷ ସୁଦ୍ଧା ଅଭୟାରଣ୍ୟ ମଧ୍ୟରେ ଡିପସାହି , ଡୁସିଙ୍ଗା , ବାଇଶିପଲ୍ଲି ଓ ଗେରେଡିସାହି ଜଙ୍ଗଲ ମଧ୍ୟରେ ୪ ଟି ପୋଖରୀ ୧୦ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଛି । ଗତ ୫ ବର୍ଷ ପୁର୍ବରୁ ୧୦ ଟି ପୋଖରୀ ଓ ୬ ଟି ଚେକ୍ ଡ୍ୟାମ ଅଭୟାରଣ୍ୟ ମଧ୍ୟରେ ନିର୍ମାଣ କରାଯିବା ସହ ୨ ଗୋଟି ପୁରାତନ ଜଳାଶୟର ପୁର୍ନଉଦ୍ଧାର ଅଭୟାରଣ୍ୟ ମଧ୍ୟରେ କରାଯାଇଥିବା ବେଳେ ଅଧିକ ପୋଖରୀ ଓ ଚେକଡ୍ୟାାମ  ନିର୍ମାଣ ପାଇଁ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଏବଂ ପଦ୍ମତୋଳା ଅଭୟାରଣ୍ୟରେ ଥିବା ବୃହତ ଗଭୀର ପୋଖରୀ ରେ ବହୁତ ପାଣି ଥିବା ହେତୁ ଏଠାରେ ହାତୀ ଗାଧୋଇବା ସହ ଅନ୍ୟ ଜୀବଜନ୍ତୁ ନିଜର ତୃଷ୍ନା ମେଂଟାଇବା ଶକାସେ ପାଣି ପିଇବାକୁ ଆସିଥାନ୍ତି । ଏମାନଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ପଦକ୍ଷପ ଗ୍ରହଣ କରାଯାଇଛି । 

 

0
0
0
s2sdefault