ହେଡଲାଇନସ୍:

ବିରମାଟି ର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

“ରିଶେ ମିଶେ ଆଏଲା ସାହେବ ଘେଁସ ଦେଲା ପୁଡ଼େଇ

କିଏ ରହେଲା ଗାଁ ଗହଲି  କିଏ ରହେଲା ଝାରେ

ଆଁଠେ ରକତ୍ ବୁହିଗଲା,  କୁଞ୍ଜଲ ସିଂର ମାରେଁ ।”

ବରଗଡ :- ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିବା ବରଗଡ଼ ଜିଲ୍ଲା ଘେସଁ ଜମିଦାର ବଂଶର ସହିଦ ମାଧୋ ସିଂ ଓ ତାଙ୍କର ଚାରି ପୁଅ ପାଇଁ ଆଜି କେବଳ ବରଗଡ଼ ଜିଲ୍ଲା ନୁହେଁ ସାରା ଦେଶ ଗର୍ବିତ । ବରଗଡ଼ ଜିଲ୍ଲା ଘେଁସ ଜମିଦାର ମାଧୋ ସିଂ ତାଙ୍କ ଚାରି ପୁଅ ହଟ୍ଟେ ସିଂହ, କୁଞ୍ଜେଲ ସିଂ, ଐରି ସିଂ ଓ ବୈରୀ ସିଂ ସ୍ୱାଧିତାର ଲଢେଇରେ ସହିଦ ହୋଇଥିଲେ । ଏହି ଅମ୍ଳାନ ବୀର ସହିଦ ମାନଙ୍କ ସ୍ମୃତି ଚାରଣ ପାଇଁ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ହଲଦିପାଲି ବୀର ଛକରେ 2020 ରାଜ୍ୟସ୍ତରୀୟ ବୀରତା ଦିବସ ସମାରୋହ ପାଳିତ  ।ଜିଲ୍ଲା ସ୍ଥାରୀୟ ସମାରୋହରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ବିଧାୟକ ଦେବେଶ ଆଚାର୍ଯ୍ୟ , ଏସପି ପଦ୍ମିନୀ ସାହୁ ଓ ଡିଆଇପିଆରଓ  କଲ୍ୟାଣି ଦାଶ , ସାମ୍ବାଦିକ ବନ୍ଧୁ ମାନେ , ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ସହିଦ ମାନଙ୍କୁ ଶ୍ରଦ୍ଧାସୁମନ ଜଣାଇ ସୋମନଙ୍କ ବୀରଗାଥାକୁ ସ୍ମରଣ କରିଥିଲେ ।

   ସେହିଭଳି ଘେସଁ ଠାରେ ଆୟୋଜିତ ସମାରୋହରେ ପଦ୍ମଶ୍ରୀ ହଳଧର ନାଗ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କର ସମେତ ଅନେକ ବିଶିଷ୍ଠ ତଥା ସାଧାରଣ ଜନତା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

0
0
0
s2sdefault