ଭୁବନେଶ୍ୱର (ଶାସକ ପ୍ରଶାସକ):- ପୁନେଠାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆଯୁବକଙ୍କ ପାର୍ଥିବ ଶରୀରକୁ ଓଡିଶ ଆଣ଼ିଲା "ଓଡିଶା ମୋ ପରିବାର" | ଭୁବନେଶ୍ୱର ବିମାନବନ୍ଦର ଠାରେ "ଓଡିଶା ମୋ ପରିବାର" ସଦସ୍ୟ ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପାର୍ଥିବ ଶରୀରକୁ ଗ୍ରହଣ କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି |
ସୂଚନାହୋଗ୍ୟ ଯେ ଖପରପଡା ଭଦ୍ରକର ଦେବାଶିଷ ପଣ୍ଡା ନାମକ ବ୍ୟକ୍ତି ପୁନେ ଠାରେ ଏକ ଲଜିଷ୍ଟିକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଗତ ତା 30.12.20ରେ ଏକ ଦୁର୍ଘଟଣାରେ ତାଙ୍କର ପ୍ରାଣହାନି ଘଟିଥିଲା | ଏହି ଖବର ଓଡ଼ିଆ ମହାମଞ୍ଚର ସଭାପତି ମନୋଜ ନାୟକ "ଓଡିଶା ମୋ ପରିବାର"କୁ ଜଣାଇ କହିଥିଲେ ଯେ ମୃତକଙ୍କ ପାର୍ଥିବ ଶରୀର ଓଡିଶା ନେବାକୁ ଅସୁବିଧା ହେଉଛି |
ଏହାପରେ ଓଡ଼ିଆ ମହାମଞ୍ଚର ସଭାପତି ଶ୍ରୀ ନାୟକ ଓ "ଓଡିଶା ମୋ ପରିବାର" ହସ୍ତକ୍ଷେପ କରି ମୃତକଙ୍କ ପାର୍ଥିବ ଶରୀରକୁ ଓଡିଶା ଆଣିବାରେ ସକ୍ଷମ ହୋଇଥିଲେ | ଭୁବନେଶ୍ୱର ବିମାନବନ୍ଦର ଠାରେ "ଓଡିଶା ମୋ ପରିବାର" ସଦସ୍ୟ ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଜେନା ପାର୍ଥିବ ଶରୀରକୁ ଗ୍ରହଣ କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ | ଏହ଼ି ମହତ କାର୍ଯ୍ୟ ପାଇଁ ମୃତ ଦେବାଶିଷଙ୍କ ପରିବାର ଓଡିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି |