ବରଗଡ଼ :- ବରଗଡ଼ ଜିଲ୍ଲାର ଘେସଁ ଗ୍ରାମ ବିରମାଟି ରୂପେ ପରିଚିତ । ଆଜି ହେଉଛି ବୀରତା ଦିବସ, ଏକ ଐତିହାସିକ ଦିନ । ସ୍ୱାଧୀନତା ସଂଗ୍ରାମରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ଘେଁସ ଜମିଦାର ବଂଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ । ଆଜିର ଦିନରେ ମାଧୋ ସିଂଙ୍କୁ ଫାଶି ଦିଆ ଯାଇଥିଲା ।
ଏହି ଐତିହାସକ ଦିନରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଙ୍କ ଦ୍ଵାରା ସୀମାନ୍ତ ଲୁହୁରାଚଟିରୁ ଲାଉମୁଣ୍ଡା ପର୍ଯ୍ୟନ୍ତ ୩୫ କିଲୋମିଟର ରାସ୍ତାକୁ ଶହୀଦ ବୀର ମାଧୋ ସିଂ ମାର୍ଗ ଭାବରେ ଲୋକାର୍ପିତ ଏବଂ ଲୁହୁରାଚଟି ଛକକୁ ଶହୀଦ ବୀର ହଟେ ସିଂ ଓ ଭାଟେନଡୁଙ୍ଗୁରି ଛକକୁ ଶହୀଦ ବୀର କୁଞ୍ଜେଲ ସିଂ ଛକ ନାମରେ ନାମିତ କରାଯାଇ ଲୋକାର୍ପିତ କରାଗଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ସହୀଦ ମାଧୋ ସିଂ ସ୍ମୃତି କମିଟିର କର୍ମକର୍ତା, ଅଂଚଳର ନାଗରିକ, ଘେଁସ ଓ ପେଟୁପାଲି ଜମିଦାର ବଂଶର ଦାୟାଦ,ଜନ ପ୍ରତିନିଧି ,ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।