ପଦ୍ମପୁର,:ପାଇକମାଲ ଚେତନା ସଂଗଠନ କାର୍ଯ୍ୟାଳୟ ଠାରେ ପାଇକମାଲ ବ୍ଲକ ସ୍ତରୀୟ କଂଗ୍ରେସ କମିଟିର ଏକ ବୈଠକ ଗଜରାଜ ସିଂ ପୁଟାଙ୍କ ସଭାପତିତ୍ବରେ କରି ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ଏହି ବୈଠକରେ ବରଗଡ଼ ଜିଲ୍ଲା ପର୍ଯ୍ୟ ବେକ୍ଷକ ରାଜ କିଶୋର ଷଡଙ୍ଗୀ,ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ,ପୂର୍ବତନ ବିଧାୟକ ସତ୍ଯ ଭୂଷଣ ସାହୁ,ପାଇକମାଲ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ କାଲିଆ,ଅଶ୍ବିନୀ ପଟେଲଙ୍କ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ରହି ସର୍ବ ସମ୍ମତି କ୍ରମେ ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଶ୍ରୀ ବିନୋଦ ବିହାରୀ ବିଶ୍ବାଳ ଓ କୋଷାଧ୍ୟକ୍ଷ ଭାବେ ଚନ୍ଦୁଲାଲ ପ୍ରଧାନ ରୂପେ ଚୟନ କରାଯାଇଥିଲା । ବ୍ଲକ ସଭାପତି ଶ୍ରୀ ବିଶ୍ବାଳ ଓ କୋଷାଧ୍ୟକ୍ଷ ଶ୍ରୀ ପ୍ରଧାନ ହୋଇ ଥିବାରୁ କଂଗ୍ରେସ ମହଲରେ ଆନନ୍ଦ ଖେଳି ଯାଇଛି ।
ରାଜ୍ୟ
ପାଇକମାଲ ବ୍ଲକ ସ୍ତରୀୟ କଂଗ୍ରେସ କମିଟି ସଭାପତି ହେଲେ ବିନୋଦ ବିହାରୀ ବିଶ୍ବାଳ
- Hits: 294








