ହେଡଲାଇନସ୍:

ଛେଲି ଚୋରକୁ କାବୁକଲେ ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଥାନାକୁ ଗଲେ ଛେଲି ଚୋର ସହ ଚୋରୀ ହେଉଥିବା ଛେଲି ।

ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ବିଜାଡିହି ଗ୍ରାମରେ ବିଲମ୍ବିତ ରାତିରେ ତିନିଜଣ ଯୁବକ ବିଜାଡିହି ଗ୍ରାମର ଚନ୍ଦ୍ର ଲେଥ୍ରାଙ୍କ ଛେଲି ଗୁହାଲରୁ ଛୋଲି ଚୋରି କରୁଥିଲେ । ଛେଲି ମାନଙ୍କ ରଡି ଶୁଣି ପରିବାର ଲୋକ ଉଠି ପଡିଲେ ଏବଂ ତିନିଜଣ ଯୁବକଙ୍କ ମଧ୍ୟରୁ ଜଣକୁ କାବୁକଲେ  । ଗ୍ରାମବାସୀ ଯୁବକକୁ ଅଟକ ରଖି ପାଇକମାଲ ଥାନାକୁ ଖବର ଦେଲେ । ଖବର ପାଇ ପାଇକମାଲ ପୋଲିସ ବିଜାଡିହି ଗ୍ରାମକୁ ପହଞ୍ଚି ଛେଲି ଚୋର ,ଚୋରୀରେ ବ୍ୟବହୃତ ବାଇକ ଓ ଚୋରୀ ହେଉଥିବା ଛେଲି କୁ ଯବତ କରି ଥାନାକୁ ଅଧିକ ପଚରାଉଚରା ପାଇଁ ନେଇଛନ୍ତି । ଅନ୍ୟ ଦୁଇ ଜଣ ଫେରାର ଥିବା ଚୋରଙ୍କୁ ଖୋଜା ଚାଲିଛି ଏବଂ ତିନିଜଣ ଛେଲି ଚୋର ପଦ୍ମପୁର ଥାନା ଅଞ୍ଚଳର ବୋଲି ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

0
0
0
s2sdefault