ହେଡଲାଇନସ୍:

ଜାନୁଆରୀ ୫ରୁ ଖୋଲିବ ଶ୍ରୀ ଶ୍ରୀ ହରିବଳଦେବ ଜୀଉ,  ମା କୀଚକେଶ୍ୱରୀ ଓ ଅମ୍ବିକା ଅନ୍ଦିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆବର୍ଷରେ ପ୍ରକାଶ ପାଇବ ନୂଆ ମାର୍ଗଦର୍ଶୀକା

ବାରିପଦା(ଦିଲ୍ଲୀପ ମହାନ୍ତି)- ୨୦୨୧ ଜାନୁଆରୀ ୫ରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂ, ମା କୀଚକେଶ୍ୱରୀ, ମା ଅମ୍ବିକା, କଖାରୁଆ ବୈଦ୍ୟନାଥ, ବାବା ବୁଢ଼ା ରାଉଳ ମଠ, ଶିମିଳେଶ୍ୱର ମହାଦେବ ଆଦି ସମସ୍ତ ମଠ ଓ ମନ୍ଦିର ଖୋଲିବା ବିଷୟକୁ ନେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ସୂଚନା ଦେଇଛନ୍ତି । ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ  ବିଧିବଦ୍ଧ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ଜିଲ୍ଲାପାଳ ଜାନୁଆରୀ ୫ରୁ ଭକ୍ତମାନଙ୍କ ନିମନ୍ତେ ଜିଲ୍ଲାରେ ଥିବା ସମସ୍ତ ମଠ ମନ୍ଦିର ଖୋଲିବାକୁ ଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କରୋନା କଟକଣା ଅନୁପାଳନ ପୂର୍ବକ ଭକ୍ତମାନଙ୍କୁ ମନ୍ଦିର ଭିତରକୁ  ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ । ତେବେ ମନ୍ଦିର ଖୋଲିବା ଓ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିବେ  ସେ ସମ୍ପର୍କରେ ନୂଆ ବର୍ଷରେ ବିସ୍ତୃତ ଯୋଜନା ଓ ମାର୍ଗଦର୍ଶୀକା ଜାରି କରାଯିବ ବୋଲି ଜିଲ୍ଲାପାଳ ସେବାୟତମାନଙ୍କ ସହିତ ଆଲୋଚନା ସମୟରେ ସୂଚନା ଦେଇଥିବାର ଜଣାପଡ଼ିଛି । ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖା ଦେଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ  ମନ୍ଦିର ଖୋଲିବା ନିଷ୍ପତ୍ତିକୁ ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ସ୍ୱାଗତ କରିଛନ୍ତି । ଏଥି ସହିତ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ମଠ ମନ୍ଦିରମାନଙ୍କରେ ଥିବା ଠାକୁରମାନଙ୍କ ଦର୍ଶନରୁ ବଞ୍ଚିତ ରହିଥିବା ଭକ୍ତମାନେ ପୁଣି ଥରେ ପୂଜାର୍ଚ୍ଚନା ସହିତ ଠାକୁରମାନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବାକୁ ଯାଉଥିବାରୁ ଜିଲ୍ଲାରେ ଆନ୍ଦର ବାତାବରଣ ସୃଷ୍ଟି ହୋଇଛି ।  

 

0
0
0
s2sdefault