ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସମ୍ମିଳନୀ
-
"ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧାକୁ ସହଜରେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ'
-
ଫସଲର ବିବିଧିକରଣ ଏବଂ ଡାଲି ଓ ତୈଳବୀଜ ଚାଷ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଫସଲ ଉତ୍ପାଦନରେ ବିବିଧିକରଣ କରାଯାଇ ଡାଲି ଓ ତୈଳବୀଜ ପରି ଅର୍ଥକରୀ ଫସଲ ଚାଷ କରାଗଲେ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବା ସମନ୍ୱିତ କୃଷି ସଂପର୍କରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହିତ ମୃତ୍ତିକା ପରୀକ୍ଷଣ ଓ ଫସଲର ସୁରକ୍ଷା ଦିଗରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧାକୁ ସହଜରେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବା ଚାଷୀମାନେ ଠିକ୍ ସମୟରେ ଓ ସଠିକ୍ ପରିମାଣର ଉନ୍ନତ ବିହନ, ସାର ଆଦି କୃଷି ଉପକରଣ ଯେପରି ପାଇବେ ସେଥି ନିମନ୍ତେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା
କୃଷି ଭବନଠାରେ ଆୟୋଜିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ସାରର ଚାହିଦା ଓ ଯୋଗାଣ ସଂପର୍କରେ ଆଗୁଆ ପଦକ୍ଷେପ ନେବା ପାଇଁ କହିଥିଲୋ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପକ୍ଷରୁ ସାର ଓ କୀଟନାଶକ ଯୋଗାଣ ସଂପର୍କରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲୋ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଆଶାୟୀ କୃଷି ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରସ୍ତୁତ ସହିତ ସେମାନଙ୍କୁ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ
ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ କୋଭିଡ୍-୧୯ ସତ୍ତ୍ୱେ ରାଜ୍ୟରେ ଫସଲ ଉତ୍ପାଦନ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିବା ସହିତ ବିଗତ ୨୦ ବର୍ଷ ମଧ୍ୟରେ ସମୁଦାୟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ ଦ୍ୱିଗୁଣିତ ହୋଇଛି ବୋଲି କହିଥିଲୋ ୨୦୦୦-୨୧ ମସିହାରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୫୫.୩୪ ଲକ୍ଷ ମେଟି୍ରକ୍ ଟନ୍ ଥିବାବେଳେ ୨୦୧୮-୧୯ରେ ଏହା ୯୬.୭୧ ଲକ୍ଷ ମେଟି୍ରକ୍ ଟନ୍ରେ ପହଂଚିଛି | ସେହିପରି ଅନେକ ପନିପରିବା ଉତ୍ପାଦନରେ ଓଡ଼ିଶା ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଆଗୁଆ ଥିବାବେଳେ ମାଛ, ମାଂସ, ଦୁଧ ଓ ଅଣ୍ଡା ଉତ୍ପାଦନରେ ଅନେକ ଅଗ୍ରଗତି ଲାଭ କରିଛିା ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ପ୍ରାଥମିକତା ଦେଇ କୃଷିନୀତି ୨୦୨୦ "ସମୃଦ୍ଧି' ପ୍ରଣୟନ କରିଥିବାବେଳେ ମନ୍ତ୍ରୀ ଡ.
ସାହୁ ଏହାର ସଠିକ ରୂପାୟନ ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ କହିଥିଲୋ ବଳରାମ ଯୋଜନାରେ ହିତାଧିକାରୀମାନେ ଯେପରି ସହଜରେ ଓ ସୁବିଧାରେ ଋଣ ପାଇପାରିବେ ସେଥିନିମନ୍ତେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରି ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ କହିଥିଲୋ
ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରିବା ସହିତ ବ୍ଲକସ୍ତରରେ ବୈଷୟିକ ବୈଠକ ଯେପରି ନିୟମିତ ଆୟୋଜନ ହୁଏ ସେଥିନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲୋ ବିଭିନ୍ନ ଜିଲ୍ଲାରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଦିଆଯାଇଥିବା ଅର୍ଥକୁ ମାର୍ଚ୍ଚ ମାସ ସୁଦ୍ଧା ଖର୍ଚ୍ଚ କରିବାକୁ ମନ୍ତ୍ରୀ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଏଥି ସହିତ "ଆତ୍ମା'ର ପରିଚାଳନା ବୈଠକ ନିୟମିତ ଆୟୋଜନ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲୋ
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ରାଜ୍ୟରେ ସୋରିଷ ତେଲ, କୁଣ୍ଡାତେଲ ଆଦି ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ଶିଳ୍ପର ଯଥେଷ୍ଟ ସୁଯୋଗ ରହିଥିବାବେଳେ ଚାଷୀମାନଙ୍କୁ ସୋରିଷ, ସୋୟାବିନ୍, ଚିନାବାଦାମ ଏବଂ ଝୋଟ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ସଚିବ ଡ. ଗର୍ଗ କହିଥିଲୋ ଏଥିସହିତ ରାଜ୍ୟରେ ମିଲେଟ୍ ମିଶନ୍ ଅନ୍ତର୍ଗତ ଅଧିକରୁ ଅଧିକ ମାଣ୍ଡିଆଜାତୀୟ ଫସଲ ଚାଷ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲୋ ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାରଙ୍କ ସମେତ ୩୦ଟି ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ








