ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଲା ବିପିୟୁଟି ଡିପ୍ଲୋମା ଛାତ୍ର ସଂଘ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଶିକ୍ଷାର୍ଥୀଙ୍କ ପାଇଁ ମେଡ଼ିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଗୃହୀତ ହେବ ଏକ ଐତିହାସିକ ପଦକ୍ଷେପ | ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି ଓଡ଼ିଆ ସ୍କୁଲରେ ପାଠ ପଢ଼ୁଥିବା ରାଜ୍ୟର ଅଗଣିତ ମେଧାବୀ ଛାତ୍ରଛାତ୍ରୀଙ୍କଙ୍କ ସ୍ବପ୍ନ ପୂରଣ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ବିିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ତଥା ଜଣାଶୁଣା ବିପିୟୁଟି ଛାତ୍ର ନେତା ଇଂ ପାର୍ଥସାରଥୀ ମୁଦୁଲିି | ଏହି ଐତିହାସିକ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପାର୍ଥ ସାରଥୀ l
ପାର୍ଥ ସାରଥୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ସରକାରୀ ସ୍କୁଲ ମାନଙ୍କରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବ ଏବଂ ଡାକ୍ତର ଓ ଇଂଜିନିୟର ହେବା ସ୍ବପ୍ନ କୁ ସାକାର କରିବ | କେବଳ ସେତିକି ନୁହେଁ, ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଶ୍ରୀ ମୁଦୁଲି ଦୃଢ ଆଶା ପୋଷଣ କରିଛନ୍ତି |
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଆଜି ବିଜୁ ଯୁବ ଛାତ୍ର ଜନତା ଦଳ ସହ ଓଡିଶା ବିପିୟୁଟି ଡିପ୍ଲୋମା ଛାତ୍ରସଂଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିଲେ | ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶକ୍ତି ପ୍ରସାଦ ରଥଙ୍କ ନେତୃତ୍ୱରେ ସମ୍ପାଦକ ସଂସଦ କୁମାର ନାୟକ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଜଗମୋହନ ବଳିୟାର ସିଂ, ବିପିୟୁଟି ପୂର୍ବତନ ସଭାପତି ଅନମୋଲ କୁମାର, ଜ୍ୟୋତିରଞ୍ଜନ ଶତପଥୀ, ସୁବ୍ରତ କୁମାର ନାୟକ, ବିଶାଳ ଦାସ ମହାନ୍ତି, ଲିଙ୍ଗରାଜ ମହାନ୍ତି, ବିନୀତ କୁମାର, ଶିବ ମହାନ୍ତି ପ୍ରମୁଖ ଛାତ୍ର ନେତା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଥିଲେ |








