ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆପିଆଇ) ପକ୍ଷରୁ ଭୂମିହୀନଙ୍କୁ ଜମିପ୍ରଦାନ ସକାଶେ ଦାବି କରିବା ସହ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବି କରାଯାଇଛି । ସମ୍ବଲପୁର ଜ଼ିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛି ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆପିଆଇ) । ପଶ୍ଚିମ ଓଡ଼ିଶାର ଜନସାଧାରଣ କଟକୁ ଦୌଡ଼ି ହଇରାଣ ହେଉଥିବାବେଳେ ପ୍ରଥମରୁ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପାଇଁ ଆରପିଆଇ ଦାବି କରିଆସୁଛି ବୋଲି ରାଜ୍ୟ ସଭାପତି ଶେଖ ଅବଦୁଲ ୱାଲି କହିଛନ୍ତି । ତେବେ, ମନ୍ତ୍ରୀ ପରିଷଦ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଦୃଷ୍ଟିରୁ ହଟାଇବା ପାଇଁ କେତେବେଳେ ରାଉରକେଲା, କେତେବେଳେ କଳାହାଣ୍ଡି ତ କେତେବେଳେ ବଲାଙ୍ଗୀର ବା ବରଗଡ଼ କଥା ଉଠାଉଛନ୍ତି । ପଶ୍ଚିମ ଓଡ଼ିଶାର ଦ୍ଵାର ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ୱାଲି ଦାବି କରିଛନ୍ତି I
ରାଜ୍ୟ
ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ ର ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି I
- Hits: 297








