ଝାରସୁଗୁଡ଼ା :(ସୁଭାଷ ସହାରେ) -ଆସନ୍ତା ଜାନୁୟାରୀ ୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳିତ ହେବ। ଏ ନେଇ ଗତକାଲି ଓ ଆଜି ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି।
ଗତକାଲି ହୋଇଥିବା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସଭାପତିତ୍ବ କରିଥିଲେ ଓ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି ଉପସ୍ଥିତ ରହିଥଲେ । ଶ୍ରୀ ବିଜୟ ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଗଣେଶ ନାୟକ ଗତ ବର୍ଷର ଆୟବ୍ୟୟର ବିବରଣୀ ଦେଇଥିଲେ। ଶ୍ରୀ ତାପସ ରାୟ ଚୌଧୁରୀ ସଂପାଦକୀୟ ରିପୋର୍ଟ, ଗତବର୍ଷର କାର୍ଯ୍ୟକ୍ରମ ବିଷୟରେ ବିବରଣୀ ଉପସ୍ଥାପନା କରିବା ସହ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନର କୋଠାନିର୍ମାଣ ସମ୍ବନ୍ଧରେ ଅବଗତ କରାଇଥିଲେ। ଏହା ବ୍ୟତୀତ ଶ୍ରୀ ଜୀବନ ମହାନ୍ତି ଏଫଏଓ ଦେଇଥିବା ପ୍ରସ୍ତାବ ଅନୁଯାୟୀ ସିନିୟର ଆନ୍ତଃଜିଲ୍ଲା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଫେବୃୟାରୀ ମାସରେ କରିବା ନେଇ ଉପସ୍ଥାପନ କରିଥିଲେ, ଯାହାକୁ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା। ଏହା ବ୍ୟତୀତ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଓ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି ଜିଲ୍ଲାରେ କ୍ରୀଡ଼ା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେବା ସହିତ ଝାରସୁଗୁଡ଼ାରେ ଏକ ସ୍ପୋର୍ଟ୍ସ ହଷ୍ଟେଲ କରିବା ପାଇଁ ସଂପୃକ୍ତ ବିଭାଗ ସହ ଆଲୋଚନା କରିବାକୁ ଓ କାର୍ଯ୍ୟାଳୟ ଭବନର ନିର୍ମାଣ ସକାଶେ ଆବଶ୍ୟକ ହେଉଥିବା ଅର୍ଥର ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ଶ୍ରୀ ମଙ୍ଗଳ ଓରାମ,ମୋହନ ମିଶ୍ର,ରମଣୀ ମାଝି, ଗିରୀଶ ଜୟପୁରିଆ, କୈଳାସ ନାଏକ, କେ ଜଗନ୍ନାଥ ରାଓ,ସତପାଆଲ ସିଂ ତଥା ସନ୍ଦୀପ ଅବସ୍ତି ଭାଗ ନେଇଥିଲେ। ଗତକାଲି ହୋଇଥିବା ଏହି ବୈଠକରେ କମାଣ୍ଡାଣ୍ଟ ଶ୍ରୀ ମନୋଜ ପୁରୋହିତ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ପଟେଲ, ଏଡିଏମ ଶ୍ରୀ ପି କେ ସାହୁ, ଲଖନପୁର, ଲଇକେରା, କିରମିରା ଓ ଅନ୍ୟାନ୍ୟ ବ୍ଲକ ଅଧ୍ୟକ୍ଷଙ୍କ ସମେତ ଝାରସୁଗୁଡ଼ାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ବ୍ରିଜେଶ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଆଜି ମଧ୍ୟ କମିଟି ଦ୍ବାରା ଡିଏମଏଫ ହଲରେ ଆଉ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଡିଏମ ଶ୍ରୀ ପି କେ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପ୍ରତିଷ୍ଠା ଦିବସରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ଟିକିନିଖି ଆଲୋଚନା ହୋଇଥିଲା। ଏହି ବୈଠକରେ ତାପସ କୁମାର ରାୟ ଚୌଧୁରୀ, ସନ୍ଦିପ ଅବସ୍ଥି, ଶ୍ରୀମତୀ ମନ୍ଦାକିନୀ ଶତପଥୀ, ଶ୍ରୀ ଟହଲୁ ସାହୁ, ପ୍ରଶାନ୍ତ ମହାନ୍ତି, ପିଣ୍ଟୁ ପାଢ଼ୀ, ଅରବିନ୍ଦ ବାଟିକ, ପ୍ୟାରେଲାଲ ଶ୍ରୀବାସ୍ତବ, ରାଜେଶ ପାଢ଼ୀ, ପ୍ରଶାନ୍ତ ନନ୍ଦ,ନରେନ୍ଦ୍ର ପଣ୍ଡା, ତୁଲସୀ ଦାସ ଉପସ୍ଥିତ ଥିଲେ। ଡିଆଇପିଆରଓ ଶ୍ରୀ ଅଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।








