ହେଡଲାଇନସ୍:

ପୁରୀରେ ଚାଲିଛି ଅତ୍ୟାଧୁନିକ ମାଛ ବଜାର ନିର୍ମାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, /ସ୍ୱତନ୍ତ୍ର ପ୍ରତିନିଧି: ସହରରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ । ପାଖାପାଖି ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ମାର୍କେଟରେ ୨୦୦ରୁ ଅଧିକା ମାଛ ବେପାରିଙ୍କ ପାଇଁ ବିକ୍ରିର କ୍ଷମତା ରହିବ। ସ୍ଥାନୀୟ ପେଣ୍ଠକଟାରେ ଚାଲିଛି ଏହାର ନିର୍ମାଣ କାମ । 

ମଙ୍ଗଳବାର ଜିଲ୍ଲାପାଳ ପେଣ୍ଠକଟା ସ୍ଥିତ ଏହି ଅତ୍ୟାଧୁନିକ ମାଛ ମାର୍କେଟର ନିର୍ମାଣ କାର୍ଯ୍ୟକୁ ତଦାରଖ କରିଛନ୍ତି  । ଆସନ୍ତା ଜୁନ ମାସ ସୁଧା ନିର୍ମାଣ କାମ ଶେଷ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି । ମାଛ ମାର୍କେଟକୁ ଲାଗି ପରିବା ମାର୍କେଟ ମଧ୍ୟ କରାଯିବ । ସହରର ମାଇକ୍ରୋ କଂପୋଷ୍ଟିଂ କେନ୍ଦ୍ର ପାଖରେ ଥିବାରୁ ମାଛ ଓ ପରିବା ମାର୍କେଟର ଆବର୍ଜନା ସବୁକୁ ସହଜରେ କଂପୋଷ୍ଟିଂ କେନ୍ଦ୍ରକୁ ନିଆଯାଇ ପାରିବ ।

0
0
0
s2sdefault